www.samajalive.in
Thursday, December 11, 2025
14.1 C
Bhubaneswar

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଶାସନିକ ଅଧିକାରୀଙ୍କ ଫସଲ ପରିଦର୍ଶନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଅଞ୍ଚଳରେ କରାମାଡ଼ରେ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ନେଇ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ତଥା ବିଭିନ୍ନ ମହଲରୁ ଜିଲ୍ଲାପାଳଙ୍କୁ ଦାବି କରାଯାଇଥିଲା। ଜଣ ଶୁଣାଣି କାର୍ଯ୍ୟକ୍ରମରେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇ ଅଭିଯୋଗ କରାଯାଇଥିଲା। ଫଳରେ ଜିଲ୍ଲାପାଳ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କଡାକଡି ନିର୍ଦ୍ଦେଶ ଦେଇଥିଲେ। ତେଣୁ ମଙ୍ଗଳବାର ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ଦାସ, ଅତାବିରା କୃଷି ଅଧିକାରୀ ଲକ୍ଷ୍ମୀ ପଟେଲ ପହଞ୍ଚିଥିଲେ ରାଜସ୍ବ ନୀରିକ୍ଷକ ଓ ରାଜସ୍ବ କୃଷି ବିଭାଗ କର୍ମଚାରୀଙ୍କ କାମକୁ ତଦାରଖ କରିବା ପାଇଁ। ପରମାନପୁର, ଟୋପ, ଖଲିଆପାଲି, ଦୁଲମପୁର, କୁମେଲସିଂହା, ମହଖଣ୍ଡ, ଗୋଡଭଗା ଓ ଚକୁଳିର ଚାଷୀଙ୍କ ନିକଟକୁ ପହଞ୍ଚି ତାଙ୍କର ଫସଲ ପରିଦର୍ଶନ କରି ଉକ୍ତ ଅଞ୍ଚଳର ଆରଆଇ ଓ ଭିଏଲଡବ୍ଲ୍ୟୁ ମାନେ ପ୍ରକୃତରେ କ୍ଷୟକ୍ଷତିର ଆକଳନ କରୁଛନ୍ତି ନା ନାହିଁ ତଦାରଖ କରିଥିଲେ। ଏହା ବ୍ୟତୀତ ୭ଦିନ ମଧ୍ୟରେ ସଠିକ୍ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Hot this week

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

Related Articles

Popular Categories