www.samajalive.in
Monday, December 8, 2025
13.1 C
Bhubaneswar

ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ

ଦାରିଙ୍ଗବାଡ଼ି/ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବାରମ୍ବାର ସଚେତନ କରିବା ସତ୍ତ୍ୱେ ଅବୁଝା ଲୋକେ ସୁଧୁରିବାର ନାଁ ନେଉନାହାନ୍ତି। ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଗ୍ରୀଷ୍ମ ଋତୁ ଆରମ୍ଭରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପ୍ରତି ଗାଁ ଗାଁରେ ବିଭିନ୍ନ ମାଧ୍ୟମରେ ସଚେତନ କରୁଥିବା ବେଳେ ଅଞ୍ଚଳର ସ୍ୱୟଂସହାୟକ ଗୋଷ୍ଠୀ ମହିଳାମାନେ ମଧ୍ୟ ବନ ବିଭାଗକୁ ସହାୟତା କରି ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ନିଜ ଗ୍ରାମବାସୀଙ୍କୁ ସଚେତନ କରୁଛନ୍ତି। ତେବେ ଜଙ୍ଗଲରେ ଜୀବଜନ୍ତୁ ଶିକାର ଓ ପୋଡ଼ୁଚାଷ ପାଇଁ କିଛି ଖଳ ପ୍ରକୃତିର ଲୋକେ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରୁଛନ୍ତି। ଏହିଭଳି ଭାବେ ଜୀବଜନ୍ତୁ ଶିକାର ଓ ପୋଡ଼ୁ ଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଇଥିବା ବେଳେ ଦାରିଙ୍ଗବାଡ଼ି ବନବିଭାଗ ଦୁଇ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ସୂଚନା ଦେଇଛନ୍ତି। ଗିରଫ ଦୁଇଜଣ ହେଲେ ଶ୍ରାକିପାଙ୍ଗା ଗ୍ରାମର ୱାର୍ଡ ମେମ୍ବର ଜିସାୟ ପ୍ରଧାନ(୫୦) ଓ ଆତିନବାଡ଼ି ଗ୍ରାମର ରୋହିତ ପ୍ରଧାନ(୨୭)।

ସୂଚନା ମୁତାବକ, ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ସିର୍କାବର୍ଗ ପଞ୍ଚାୟତ ଆତିନବାଡ଼ି ଗ୍ରାମ ନିକଟ ଶ୍ରାକିପାଙ୍ଗା ଜଙ୍ଗଲ ଯାହାକି କୋଟଗଡ଼ ବ୍ଲକ ଶ୍ରୀରାମପୁର(ବି-ଡିପିଏଫ) ବନ୍ୟଜନ୍ତୁ ଅଭୟାରଣ୍ୟ ଭାବେ ସଂରକ୍ଷିତ ରହିଛି, ସେହି ଜଙ୍ଗଲରେ ଦୁଇ ଦୁର୍ବୃତ୍ତ ନିଆଁ ଲଗାଇଥିଲେ। ବନାଞ୍ଚଳ ଅଧିକାରୀ ଶ୍ରୀ ଧାରୁଆଙ୍କ ନିର୍ଦେଶକ୍ରମେ ଦାରିଙ୍ଗବାଡ଼ି ବନପାଳ ପ୍ରସନ୍ନ ପାତ୍ର ଦାରିଙ୍ଗବାଡ଼ି ବନରକ୍ଷୀ ସିମନବାଡ଼ି ବନପାଳ ରବି ମୋହନ ନାୟକ, ବିଜୟାନନ୍ଦ ସେଠୀ, ସୋନପୁର ବନରକ୍ଷୀ ରୂପିଙ୍ଗା ମଲ୍ଲିକ ଓ ଶ୍ରୀକାନ୍ତ ପ୍ରଧାନ ପ୍ରମୁଖ ରାତିରେ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ନିଆଁ ଲଗାଇଥିବା ୨ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଏନେଇ ଦାରିଙ୍ଗବାଡ଼ି ବନବିଭାଗ କେସ ନମ୍ବର ଓ-ଆର ୧୨/୨୩-୨୪ ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories