www.samajalive.in
Sunday, December 14, 2025
18.1 C
Bhubaneswar

ଅନୁକମ୍ପାମୂଳକ ଥଇଥାନ ଯୋଜନାରେ ପୁଅକୁ ମିଳିପାରିବ ଚାକିରି

କଟକ : ଅନୁକମ୍ପା ମୂଳକ ଥଇଥାନ ଆବେଦନର ଶୁଣାଣି କରି ଉଚ୍ଚନ୍ୟାୟାଳୟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ବାପାଙ୍କ ମୃତ୍ୟୁ ପରେ ପୁଅକୁ ଅନୁକମ୍ପାମୂଳକ ଥଇଥାନ ଯୋଜନାରେ ଚାକିରି ମିଳିପାରିବ ବୋଲି ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀ ଓ ବିଚାରପତି ମୂରହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।
ବିବରଣୀର ପ୍ରକାଶ ଯେ, ବଲାଙ୍ଗୀର ଜିଲା ମୃତ୍ତିକା ବିଭାଗ ଉପନିର୍ଦେଶକ କାର୍ଯ୍ୟାଳୟରେ ଗେହ୍ଲା କୁମାର ପୁଟେଲ ପିଅନ ଭାବେ କାର୍ଯ୍ୟ କରୁଥିଲେ। ୨୦୦୮ ମସିହାରେ ଗେହ୍ଲା କୁମାରଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ତାଙ୍କ ପତ୍ନୀଙ୍କୁ ୪୪ବର୍ଷ ଓ ପୁଅକୁ ୧୨ ବର୍ଷ ହୋଇଥିଲା। ସେତେବେଳେ ଅନୁକମ୍ପା ମୂଳକ ଥଇଥାନ ଯୋଜନାରେ ତାଙ୍କ ପତ୍ନୀଙ୍କ ଚାକିରି ପାଇବା କଥା। ମାତ୍ର ଗେହ୍ଲା କୁମାରଙ୍କ ପତ୍ନୀ ଅସୁସ୍ଥ ଥିବା ଦର୍ଶାଇବା ସହ ତାଙ୍କ ପୁଅକୁ ଏହି ଯୋଜନାରେ ନିଯୁକ୍ତି ଦେବା ଲାଗି ବିଭାଗୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ପୁଅର ବୟସ ୧୨ବର୍ଷ ହୋଇଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ପତ୍ନୀଙ୍କ ଏହି ଆବେଦନକୁ ଖାରଜ କରି ଦିଆଯାଇଥିଲା। ଏ ନେଇ ପତ୍ନୀ ସ୍ୟାଟ୍‌ଙ୍କ ଦ୍ବାରସ୍ଥ ହୋଇଥିଲେ। ସ୍ୟାଟ୍‌ ମଧ୍ୟ ଆବେଦନକୁ ଖାରଜ କରିଥିଲେ। ପରେ ସାବାଳକ ହେବା ପରେ ଚାକିରି ପାଇବା ନିମନ୍ତେ ପୁଅ ୨୦୨୦ ମସିହାରେ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଉଚ୍ଚନ୍ୟାୟାଳୟ ଏହି ମାମଲାର ଶୁଣାଣି କରି କହିଲେ ଜଣେ ଚାକିରି କରିବା ସମୟରେ ମୃତ୍ୟୁବରଣ କରିବା ୩ବର୍ଷ ମଧ୍ୟରେ ଅନୁକମ୍ପା ମୂଳକ ଚାକରି ପାଇଁ ଆବେଦନ କରିପାରିବ। ଏଠାରେ ଆବେଦନକାରୀ ସାବାଳକ ଅର୍ଥାତ୍‌ ୧୮ ବର୍ଷ ହେବାର ୩ବର୍ଷ ମଧ୍ୟରେ ଚାକିରି କରିବା ପାଇଁ ଆବେଦନ କରିଥିବାରୁ ଏଥିରେ କୌଣସି ଭୁଲ ନାହିଁ। ଯଦି ମୃତକଙ୍କ ପତ୍ନୀ ଅସୁସ୍ଥ ରହିଛନ୍ତି, ତାହେଲେ ଅନୁକମ୍ପାମୂଳକ ଥଇଥାନ ମାଧ୍ୟମରେ ପୁଅକୁ ମଧ୍ୟ ଚାକିରି ଦିଆଯାଇପାରିବ ବୋଲି ଉଚ୍ଚ ନ୍ୟାୟାଳୟ ରାୟରେ ସ୍ପଷ୍ଟ କରିଛନ୍ତି। ଅଦାଲତଙ୍କ ଆଦେଶ ପାଇବାର ଆସନ୍ତା ୩ମାସ ମଧ୍ୟରେ କୃଷି ବିଭାଗ ପକ୍ଷରୁ ଆବେଦନକାରୀଙ୍କ ସ୍ମାରକପତ୍ର ଉପ​ରେ ବିଚାର କରି ଅନୁକମ୍ପା ମୂଳକ ନିଯୁକ୍ତି ନିମନ୍ତେ ପଦକ୍ଷେପ ନେବାକୁ ଉଚ୍ଚନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories