ଶନିବାର ରାଶିଫଳ(୨୯.୦୪.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Apr 29, 2023 Share ମେଷ : ଧନବାନ୍ ହେବେ; କିନ୍ତୁ କୌଣସି ସୂତ୍ରରୁ ଅର୍ଥାଗମର ସୁଯୋଗ ମିଳିବା ଅସମ୍ଭବ ହୋଇପାରେ। କେବଳ ନିଜ ବଳାର୍ଜିତ ଧନରେ ଧନୀ ହେବେ। ଚତୁସ୍ପଦ ପ୍ରାଣୀ ଲାଭ ହେବ। ଅନ୍ନପାନାଦି ସୁଖ ମିଳିବ। ବୃଷ : ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ସାହିତ୍ୟ, କବିତା ରଚନାରେ ପାରଙ୍ଗମ ହୋଇପାରନ୍ତି। ଦେବଦ୍ବିଜ ଭକ୍ତ ହେବେ। ସ୍ବାଭିମାନୀ ହୋଇପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବେ। ମିଥୁନ : ପତ୍ନୀଙ୍କଠାରୁ ଧନ ଆହରଣ କରିପାରନ୍ତି। ସୁନା, ରୁପା କାରଣରୁ ଧନ ଅର୍ଜନ କରିପାରନ୍ତି। ସାଧୁ ସେବାରୁ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିପାରନ୍ତି। ସଦାସର୍ବଦା ହର୍ଷଯୁକ୍ତ ବିଶୁଦ୍ଧଭାଷୀ ହୋଇପାରନ୍ତି। କର୍କଟ : ମେଧାବୀ ହେବେ। କ୍ଷିପ୍ର ଗତିଯୁକ୍ତ ହୋଇପାରନ୍ତି। ସୁକର୍ମା ହେବେ। ଗୁପ୍ତ ବିଦ୍ୟାଯୁକ୍ତ ହୋଇପାରନ୍ତି। ଗୁପ୍ତ ଧନ ପାଇବାର ସୌଭାଗ୍ୟ ରହିଛି। ଶତ୍ରୁଘାତୀ ହେବା ଆଶା କରାଯାଏ। ପ୍ରେମୀ ହେବେ। ସିଂହ : ଭିନ୍ନ ଭିନ୍ନ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବେ। କଥାରେ ଓ କାର୍ଯ୍ୟରେ ଜନମନ ବଶ କରିବାରେ ପାରଙ୍ଗମ ହେବେ। ମହନୀୟ ପଦପଦବୀର ମର୍ଯ୍ୟାଦା ରକ୍ଷା କରିବେ। ଚୋର ଭୟ ରହିଛି। ସାରାଦିନର ଆୟ-ବ୍ୟୟ ପ୍ରାୟ ସମାନ ହେବ। କନ୍ୟା : ବହୁ ଉପାୟ ଅବଲମ୍ବନ କରି ଧନ ପ୍ରାପ୍ତ ହେବେ। ଶାସ୍ତ୍ରାଦି ଚିନ୍ତା ସଦା, ସର୍ବଦା ମନରେ ଲାଗିରହିଛି। ବିନୟ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସାଧୁ ନୀତି ଅବଲମ୍ବନ କରିପାରନ୍ତି। ଅଦ୍ଭୁତ ଉପାୟରେ ଧନ ଲାଭ କରିବେ। Related Posts ଲିଙ୍ଗଗତ ସମାନତା ଆମ ବୈଦେଶିକ ନୀତି ଓ ବିଶ୍ୱ… Jan 10, 2025 ମହିଳା ନେତୃତ୍ୱାଧିନ ସଶକ୍ତିକରଣକୁ ପ୍ରାଧାନ୍ୟ,… Jan 10, 2025 ତୁଳା : ବାଣିଜ୍ୟ କାରବାରରୁ ପ୍ରଚୁର ଧନ ଅର୍ଜନ କରି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରନ୍ତି। ଜଣେ ଧର୍ମାତ୍ମା ବ୍ୟକ୍ତିଭାବେ ଜନସାଧାରଣଙ୍କଠାରୁ ଦାନ ଗ୍ରହଣ କରି ସେହି ଧନକୁ ପରୋପକାରରେ ବ୍ୟୟ କରିପାରନ୍ତି। ବିଛା : ନିରୋଗ ଶରୀର ସମ୍ପନ୍ନ ହୋଇପାରନ୍ତି। ସୁଦୃଶ୍ୟ ଅବୟବଯୁକ୍ତ ହେବେ। ଆୟୁଷ୍ମାନ୍ ହେବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। କାମର ବ୍ୟଥା ଉପୁଜିବାର ସମ୍ଭାବନା ଅଛି। ହାକିମ ହେବେ। ଧନୁ : କର୍ମବୀର ସହିତ ବାକ୍ୟବୀର ହୋଇପାରନ୍ତି। କୃଚ୍ଛ୍ର ସାଧନାରେ ସିଦ୍ଧି ପ୍ରାପ୍ତି ଆଡ଼କୁ ପାଦ ବଢ଼ାଇବା ବେଳକୁ ବିଘ୍ନକାରୀମାନେ ଦାଉ ସାଧିପାରନ୍ତି। ଆଘାତପ୍ରାପ୍ତ ହେବାର ସମ୍ଭାବନା ରହିଛି। ମକର : ସମ୍ମୁଖରେ ହେଉ ବା ପରୋକ୍ଷରେ ହେଉ ଲଢ଼େଇ ମନୋବୃତ୍ତିର ହୋଇପାରନ୍ତି। ଦାମ୍ଭିକ ପ୍ରବୃତ୍ତିର ହେବେ। ଯେତେ ହାରିଲେ ବି ଲଢ଼େଇ ଜାରି ରଖିବେ। ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। କୁମ୍ଭ : ଶତ୍ରୁତାର ବିନାଶ ଘଟାଇ ପାରନ୍ତି। ବିଭିନ୍ନ ସ୍ତରରୁ ସ୍ବାଗତ, ସମ୍ବର୍ଦ୍ଧନାର ସୂଚନା ମିଳୁଛି। ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟା ଉପରେ ଧ୍ୟାନ ଦେଇପାରନ୍ତି। ସାମାନ୍ୟ ପେଟ ବ୍ୟଥା ଉପୁଜିବାର ସୂଚନା ମିଳୁଛି। ମୀନ : ପୁତ୍ର ସ୍ଥିରମନା ହେବେ। ପତ୍ନୀ ସ୍ନେହୀ ହୋଇପାରନ୍ତି। ଅନେକ କ୍ଷେତ୍ରରେ ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି। ବିଳାସବ୍ୟସନ ପ୍ରତି ମନ ବଳାଇପାରନ୍ତି। କର୍ମକ୍ଷେତ୍ରକୁ ସହଜ, ସୁଲଭଭାବେ ବିବେଚିତ କରିପାରନ୍ତି। Share FacebookTwitterWhatsApp
Comments are closed.