www.samajalive.in
Monday, December 15, 2025
14.1 C
Bhubaneswar

ପଶ୍ଚିମବଙ୍ଗ ରାମନବମୀ ହିଂସାର ଏନ୍‌ଆଇଏ ତଦନ୍ତ ନିର୍ଦେଶ

କଲକାତା : ରାମନବମୀ ଅବସରରେ ପଶ୍ଚିମବଙ୍ଗ ହାୱଡା ଜିଲାରେ ହୋଇଥିବା ହିଂସାର ଏନଆଇଏ ତଦନ୍ତ ନିର୍ଦେଶ ଦେଇଛନ୍ତି କଲକାତା ହାଇକୋର୍ଟ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଟିଏସ୍‌ ଶିବାଙ୍ଗନମଙ୍କ ନେତୃତ୍ବରେ ଗଠିତ ପୀଠ ଗୁରୁବାର ଏହି ନିର୍ଦେଶ ଦେଇଛନ୍ତି। ହିଂସାର ଏନଆଇଏ ତଦନ୍ତ ଦାବି କରି ବିଜେପି ନେତା ତଥା ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନର ବିଚାର କରି ହାଇକୋର୍ଟ ହିଂସାର ତଦନ୍ତ ଭାର ପଶ୍ଚିମବଙ୍ଗ ପୁଲିସଠାରୁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)କୁ ଦେବାକୁ ନିର୍ଦେଶ ଦେଇଛନ୍ତି। ରାଜ୍ୟ ପୁଲିସ ହିଂସା ସମ୍ପର୍କିତ ସମସ୍ତ ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ରେକର୍ଡକୁ ଏନଆଇଏକୁ ଦେବା ଲାଗି କୁହାଯାଇଛି। ଏପ୍ରିଲ ୧୦ରେ ଏନଆଇଏ ହାଇକୋର୍ଟଙ୍କୁ ଜଣାଇଥିଲେ ଯେ ହିଂସାର ତଦନ୍ତ କରିବା ଦିଗରେ କୌଣସି ସମସ୍ୟା ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories