www.samajalive.in
Monday, December 15, 2025
16.1 C
Bhubaneswar

ଶୁକ୍ରବାର ରାଶିଫଳ (୨୮.୦୪.୨୦୨୩)

ମେଷ :  ବାସଗୃହର ପରିବେଶ ଉତ୍ତମ ମାନର ହେବ। ଦିନଟି ସମସ୍ୟା ବହୁଳ ହୋଇପାରେ। କୃଚ୍ଛ୍ର ସାଧନା ବଳରେ ସମସ୍ୟାର ସମାଧାନ କରିପାରନ୍ତି। ଯାନବାହନ ସୁଖ ମିଳିବ। କୃଷି କର୍ମଦକ୍ଷ ହେବେ।

ବୃଷ : ସରକାରୀ କର୍ମକର୍ତ୍ତାଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। କବିତା ରଚନାକାରୀ ହେବେ। ବ୍ରାହ୍ମଣଙ୍କ ଅନୁରକ୍ତ ହେବେ। ପ୍ରାଧାନ୍ୟତା ବିସ୍ତାର କରିପାରନ୍ତି। ପଦୋନ୍ନତି ମିଳିପାରେ। ସକଳ ଗୁଣଯୁକ୍ତା, ସୁଖୀ ହେବେ।

ମିଥୁନ : ବିଭିନ୍ନ ସ୍ତରରେ ସମ୍ମାନିତ ହେବା ଆଶା କରାଯାଏ। ଏପରି କାର୍ଯ୍ୟ କରନ୍ତୁ, ଯେଉଁଥିରେ ଅପବାଦ ନ ଥିବ। ପତ୍ନୀଙ୍କଠାରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ବିବିଧ ଧନଯୁକ୍ତ ହେବେ। ମତିମାନ୍‌ ହେବେ। ନୀତିଜ୍ଞ ହେବେ।

କର୍କଟ : ଆୟ ଊଣା ହେବ ନାହିଁ। ସରକାରୀ ବା ବନ୍ଧୁଙ୍କ ସହାୟତାରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ବିବେକୀ ଓ ବୁଦ୍ଧିମାନ୍‌ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଆଦର, ସମ୍ମାନ ମିଳବ।

ସିଂହ : ଏକାନ୍ତ ସାଧନା ଫଳବତୀ ହେବ। ମନ ଭିତରେ ଉପୁଜିଥିବା କ୍ରୋଧକୁ ପ୍ରକାଶ ନ କରି ଅନ୍ତର୍ଗାମୀ କରିପାରନ୍ତି। ଆୟ ଅପେକ୍ଷା ବ୍ୟୟର ପରିମାଣ ଅଧିକ ହୋଇପାରେ। ପ୍ରେମପୂର୍ଣ୍ଣ କଥାରେ ପରକୁ ଆପଣାର କରିପାରନ୍ତି।

କନ୍ୟା : ବହୁ ଉପାୟରୁ ଧନଲାଭ ହୋଇପାରେ। ଶାସ୍ତ୍ରାଦି ବ୍ୟାଖ୍ୟା ଓ ବିନୟ ଭାବସମ୍ପନ୍ନ ହୋଇ ଅର୍ଥ ଆଣିପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ। ଗୁଣଜ୍ଞ ହେବେ। ମନ ପ୍ରସନ୍ନ ରହିବ।

 ତୁଳା : ସୁଖ ସମ୍ଭୋଗର ଦିନଟି ଆଜି। ବ୍ୟବସାୟ ଲାଭଜନକ ହେବ। ଆର୍ଥିକ ସ୍ଥିତି ଦୃଢ଼ ରହିବ। ସରକାରୀ ଅର୍ଥ ମିଳିପାରେ। ବହୁବିଧ ଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ଗୁଣଯୁକ୍ତ ହେବେ।

ବିଛା : ସହଯୋଗୀଙ୍କ ମାର୍ଗ ଦର୍ଶକ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କ୍ଷମତାଧାରୀ ହେଲେ ବି କ୍ଷମତାର କୁପରିଣାମ ଉପରେ ଲକ୍ଷ ରଖିବାକୁ ପଡ଼ିବ। ବିବାଦରେ ବିଜୟୀ ହେବେ।

ଧନୁ : ଧୈର୍ଯ୍ୟ ଓ ସାହସର ସହିତ ଉପୁଜିବାକୁ ଥିବା ସମସ୍ୟାର ଦୃଢ଼ ମୁକାବିଲା କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଧୀନ ଚିନ୍ତାଧାରାରେ କାର୍ଯ୍ୟ ନ କରି ପରାମର୍ଶ ଲୋଡ଼ିପାରନ୍ତି।

ମକର : ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ ଓ ଆନନ୍ଦଦାୟକ। ଆଜି ଦିନ ଭିତରେ ଯାହା ଘଟଣା ଘଟିବ ତାହା ଅତ୍ୟନ୍ତ ସୁଖଦାୟକ ହେବ। ସୁସ୍ବାଦୁ ଭୋଜନ ପାଇଁ ଆନନ୍ଦ ଅନୁଭବ କରିପାରନ୍ତି। ପରୀକ୍ଷାରେ ସଫଳତା ମିଳିବ।

କୁମ୍ଭ : ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ଅଭୀଷ୍ଟ ସିଦ୍ଧିର ସୂଚନା ମିଳୁଛି। ଭ୍ରାତୃଭାବ ଅତୁଟ ରହିବ। ଋଣ ପରିଶୋଧ କରି ଚିନ୍ତାମୁକ୍ତ ହୋଇପାରନ୍ତି। ଶାଶ୍ବତ ଓ ସୁଖର ସନ୍ଧାନ ମିଳିବ।

ମୀନ : ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ଥିବାରୁ ଆଇନଜୀବୀମାନେ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ପାପ, ତାପ, ପରିହାରକ ହୋଇପାରନ୍ତି। ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶରେ ଅଧିକ ଶକ୍ତିଶାଳୀ ହୋଇପାରନ୍ତି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories