www.samajalive.in
Sunday, December 14, 2025
15.1 C
Bhubaneswar

ଆକାଶବାଣୀ ହେଉଛି ଦେଶର ଲୋକଙ୍କ ଆତ୍ମାର ସ୍ୱର – ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଡେସ୍କ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଆକାଶବାଣୀ ହେଉଛି ଦେଶର ଲୋକଙ୍କ ଆତ୍ମାର ସ୍ୱର। ‘ମନ୍‌‌ କି ବାତ ଅ୧୦୦’ ଉପରେ ଜାତୀୟ କନକ୍ଲେଭର ସମାବର୍ତ୍ତନ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି ଯେ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶବାଣୀକୁ ଦେଶର ନୂତନ ପିଢ଼ି ସହ ଯୋଡିଛନ୍ତି। ଶ୍ରୀ ଶାହା କହିଛନ୍ତି ଯେ ମନ କି ବାତ ଏକ ନିଆରା ପରୀକ୍ଷଣ ଯାହା ଆମ ଗଣତନ୍ତ୍ରର ମୂଳଦୁଆକୁ ଦୃଢ଼ କରିପାରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମନ କି ବାତର ଏହି ନଅ ବର୍ଷର ଯାତ୍ରାରେ ପ୍ରଧାନମନ୍ତ୍ରୀ ରାଜନୀତି ବିଷୟରେ କଥାବାର୍ତ୍ତା କରିନାହାଁନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କେବଳ ମନ କି ବାତ ମାଧ୍ୟମରେ ଦେଶକୁ ସଶକ୍ତ କରିନାହାଁନ୍ତି ବରଂ ଏହାକୁ ଲୋକଙ୍କ ନିକଟତର କରାଇ ପାରିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ ମନ କି ବାତ’ର ୯୯ଟି ଭାଗ ଦେଶର ସୃଜନଶୀଳ ଶକ୍ତି ଏବଂ ନୈତିକ ଶକ୍ତିକୁ ଏକ ପ୍ଲାଟଫର୍ମ ଯୋଗାଇ ଦେଇଛି। ଦେଶ ଶାସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ଅବଦାନ ବିଷୟରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜାତିବାଦ ରାଜନୀତିକୁ ହଟାଇ ଦେଇଛନ୍ତି ଓ ପ୍ରଦର୍ଶନ ଆଧାରିତ ରାଜନୀତି ପ୍ରତିଷ୍ଠା କରିଛନ୍ତି। ସେ କହିଛନ୍ତି ଯେ ମନ କି ବାତ ଏକ ଯୋଗାଯୋଗ ଉପକରଣ ଯାହାକି ଦେଶ ଆଗରେ ଥିବା ଆହ୍ୱାନଗୁଡିକ ବିଷୟରେ ଏକ ସଚ୍ଚୋଟ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିଛି ଏବଂ ଲୋକମାନଙ୍କୁ ଏହିସବୁ ଆହ୍ୱାନର ସମାଧାନରେ ପ୍ରମୁଖ ହିତାଧିକାରୀରେ ପରିଣତ କରିଛି। ସେ କହିଛନ୍ତି ଯେ ‘ଭୋକାଲ ଫର ଲୋକାଲ’ର ବାର୍ତ୍ତା ମଧ୍ୟ ମାସିକ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ନିକଟରେ ପହଞ୍ଚିଥିଲା। କରୋନା ମହାମାରୀକୁ ମୁକାବିଲା କରିବାରେ ଏହାର ଭୂମିକା ପାଇଁ ସେ ମନ୍‌‌ କି ବାତ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଶଂସା କରିଛନ୍ତି।

- Advertisement -

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୨୦୧୪ ମସିହାରେ ଦେଶର ନେତୃତ୍ୱରେ ପରିବର୍ତ୍ତନ ଆସିବା ପରେ ସରକାର ଏବଂ ସମାଜ ମଧ୍ୟରେ ଏକ ସକରାତ୍ମକ ସମନ୍ୱୟ ସୃଷ୍ଟି ହୋଇଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓକୁ ଦେଶର ଲୋକଙ୍କ ସହ ଯୋଗାଯୋଗର ମାଧ୍ୟମ ଭାବରେ ବ୍ୟବହାର କରିଛନ୍ତି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ମଧ୍ୟ ‘ମନ୍‌‌ କି ବାତ ଅ୧୦୦’ ଉପରେ ଆୟୋଜିତ ଜାତୀୟ କନକ୍ଲେଭର ସମାବର୍ତ୍ତନ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ମନ କି ବାତ ୨୩ଟି ଭାରତୀୟ ଭାଷା ଏବଂ ୧୧ଟି ବିଦେଶୀ ଭାଷାରେ ପ୍ରସାରିତ ହେଉଛି। ଏହା ଲୋକଙ୍କ ସହ ଯୋଗାଯୋଗର ଏକ ପ୍ରଭାବଶାଳୀ ମାଧ୍ୟମ ବୋଲି ପ୍ରମାଣିତ ହୋଇଥିବା ସେ କହିଛନ୍ତି।

ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ‘ମନ କି ବାତ’ର ୧୦୦ ଏପିସୋଡର ସ୍ମରଣୀୟ ଡାକ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ର ମଧ୍ୟ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories