www.samajalive.in
Monday, December 15, 2025
26.1 C
Bhubaneswar

ବିପୁଳ ନିଶା କଫ ସିରଫ ଓ ବଟିକା ଜବତ, ଜଣେ ଅଟକ

ସମ୍ବଲପୁର: ସମ୍ବଲପୁରରେ ବିଭିନ୍ନ ପ୍ରକାରର ନିଶା କାରବାର ଜୋରସୋରରେ ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ଉ କରାଯାଉଛି। ଅବକାରୀ ବିଭାଗ ପକ୍ଷରୁ ସମ୍ବଲପୁର ଦେଇ ଚାଲାଣ କରାଯାଉଥିବା ଗଞ୍ଜେଇ ଉପରେ ବେଶ ଫୋକସ ରହିଥିବା ବେଳେ ଏବେ ନିଶା କଫ ସିରଫ ଓ ନିଶା ବଟିକା ଉପରେ ମଧ୍ୟ ଫୋକସ କରାଯାଉଛି। ଏହି କ୍ରମରେ ବୁଧବାର ସୁନାପାଲି ଅଞ୍ଚଳରେ ଅବକାରୀ ବିଭାଗର ଅଧିକ୍ଷକ ଅଶୋକ ସେଠ ଙ୍କ ନିର୍ଦ୍ଦେଶରେ ଇନିସ୍ପକେଟର ଶଶିକାନ୍ତ ଦତ୍ତ, ଶ୍ରୀକାନ୍ତ ପାଣିଗ୍ରାହୀ ସମେତ ଏକ ଦଳ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ମହମ୍ମଦ ମୁକ୍ତାର (୩୨) ନାମକ ଜଣେ ବ୍ୟକ୍ତି ଙ୍କ ଘରୁ ୨୩୦ଟି ନିଶା କଫ ସିରଫ ଓ ୩୦୦ ଟି ନିଶା ବଟିକା ଅବକାରୀ ଦଳ ଜବତ କରିଛି। ନିଶା ବଟିକା ଓ କଫ ସିରଫ ଗୁଡିକୁ ଅଭିଯୁକ୍ତ ଜଣକ ପଡୋଶୀ ରାଜ୍ୟ କୋଲକତାରୁ ଆଣି ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିବାର ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଏକ ମାମଲା ରୁଜୁ କରି ଅବକାରୀ ପୁଲିସ ଅଭିଯୁକ୍ତ ଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories