www.samajalive.in
Thursday, December 11, 2025
26.1 C
Bhubaneswar

୧୧୬ କ୍ୱିଣ୍ଟାଲ ମହୁଲ ଫୁଲ ଓ ଟ୍ରକ ଜବତ, ୨ ଗିରଫ

ସମ୍ବଲପୁର: ସମ୍ବଲପୁର ଠାରେ ଥିବା ଗୁଇନ୍ଦା ଅବକାରୀ ବିଭାଗ ତରଫରୁ ନିଶା କାରବାରରେ ଅଙ୍କୁଶ ଲଗାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଥିବା ବେଳେ ଅନେକ ସମୟରେ ଗଞ୍ଜେଇ ଜବତ କରାଯାଉଛି। ତେବେ ଗଞ୍ଜେଇ ପାଇଁ ଚେକିଂ ଚାଲୁଥିବା ବେଳେ ଗୁଇନ୍ଦା ଅବକାରୀର ସ୍ୱତନ୍ତ୍ର ଦଳ ହାତରେ ବିପୁଳ ପରିମାଣରେ ମହୁଲ ଫୁଲ ଜବତ ହୋଇଛି। ଅବକାରୀ ସ୍ୱତନ୍ତ୍ର ଦଳ ଚେକିଂ ସମୟରେ ସୋହେଲା ଅଞ୍ଚଳରୁ ଛତିଶଗଡ଼ ରାଜ୍ୟକୁ ଚୋରାରେ ମହୁଲ ଫୁଲ ଚାଲାଣ ହେଉଥିବାର ଖବର ପାଇଁ ଏକ ଟ୍ରକକୁ ଗୋଡାଇଥିଲେ। ଗୋଡାଇ ଗୋଡାଇ ଉକ୍ତ ଟ୍ରକକୁ ଅବକାରୀ ଦଳ ଗ୍ରିଞ୍ଚେଲ ନିକଟରେ ଧରିଥିଲେ। ଯାଞ୍ଚ ସମୟରେ ଉକ୍ତ ଗାଡିରୁ ୧୧୬ କ୍ୱିଣ୍ଟାଲ ମହୁଲ ଫୁଲ ବେଆଇନ ଭାବରେ ଚାଲାଣ ହେଉଥିବାର ଜଣାପଡ଼ିଥିଲା। ଉକ୍ତ ଗାଡି ଜରିଆରେ ଚାଲାଣ କରୁଥିବା ବୌଦ୍ଧ ଜିଲା ୨ ଜଣ ଅଭିଯୁକ୍ତ ରଙ୍କନିଧି କାମ୍ପା ଓ ନୃପ ନାଗ ଙ୍କୁ ଗିରଫ କରିଛି। ମହୁଲ ଫୁଲ ଓ ଗାଡିକୁ ଜବତ କରି ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରାଯାଉଥିବା ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା ସୂଚନା ଦେଇଛନ୍ତି। ଜବତ ହୋଇଥିବା ମହୁଲ ଫୁଲ ଓ ଗାଡିର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories