www.samajalive.in
Wednesday, December 10, 2025
14.1 C
Bhubaneswar

ଆଠଗଡ଼ ପଞ୍ଚାୟତ ସମିତି ଅଧିବେଶନ

ଆଠଗଡ଼: ଆଠଗଡ଼ ପଞ୍ଚାୟତ ସମିତିର ପୂର୍ଣ୍ଣାଙ୍ଗ ଅଧିବେଶନ ବୁଧବାର ପୂର୍ବାହ୍ନରେ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ଅଧ୍ୟକ୍ଷା ମିନତୀ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ ଓ ଶାନ୍ତିଲତା ବେହେରା, ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଉପେନ୍ଦ୍ର କୁମାର ଜେନାଙ୍କ ସମେତ ସମସ୍ତ ୩୪ ପଞ୍ଚାୟତର ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସମସ୍ତ ଗ୍ରାମପଞ୍ଚାୟତର ୨୦୧୮-୧୯, ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ôଥକ ବର୍ଷର ବିଭିନ୍ନ ଅନୁଦାନର ବିନିଯୋଗ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥିରେ ପ୍ରତ୍ୟେକ ଗ୍ରାମପଞ୍ଚାୟତର ୪ଟି ଲେଖାଏଁ ଗ୍ରାମରେ ରାସ୍ତା ଆଲୋକିକରଣ କରାଯାଇଛି ଏବଂ ଅବଶିଷ୍ଟ ଅଞ୍ଚଳରେ ୨ଟି ସଂସ୍ଥା ଦ୍ୱାରା ଏହି ରାସ୍ତା ଆଲୋକିକରଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥି ସହିତ ୩୪ଟି ପଞ୍ଚାୟତରେ ମିଶନଶକ୍ତି ଗୃହ ନିର୍ମାଣ ସଂପର୍କରେ ଆଲୋଚନା କରାଯିବା ସମୟରେ ୨୭ଟି ପଞ୍ଚାୟତରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଅବଶିଷ୍ଟ ୭ଟି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ତୁରନ୍ତ ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌‌ବ୍ୟତୀତ ଭାଗୀରଥିପୁର ଶବରସାହି, ଖଣ୍ଡୁଆଳିି ହରିଜନ ସାହି, ବାଇଲୋ ହରିଜନ ସାହି, ଶବରସାହି, ଗୁଡୁପଡ଼ାରେ ଅବସ୍ଥାପିତ ବିଦ୍ୟୁତ୍‌‌ ସବ୍‌‌ଷ୍ଟେସନକୁ ଉନ୍ନତିକରଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ପ୍ରସ୍ତାବ ଗୃହିତ ହୋଇଥିଲା। ଜେନାପଦା ଦେଶ ବିଦ୍ୟୁତ୍‌‌ ସବ୍‌‌ଷ୍ଟେସନ, କଟକିଆସାହି ବଳରାମପୁର ଅଙ୍ଗନବାଡି କେନ୍ଦ୍ର ନିକଟରେ ଅବସ୍ଥାପିତ ବିଦ୍ୟୁତ୍‌‌ ସବ୍‌‌ଷ୍ଟେସନକୁ ପାଚେରୀ ଦ୍ୱାରା ଆବଦ୍ଧ କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା। ଏତଦ୍‌‌ଭିନ୍ନ ବିଭିନ୍ନ ପଞ୍ଚାୟତର ସମସ୍ୟା ଓ ଉନ୍ନତିମୂଳକ କାର୍ଯ୍ୟ ସଂପର୍କରେ ମଧ୍ୟ ଏହି ଅଧିବେଶନରେ ଆଲୋଚନା କରାଯାଇଥିଲା। ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories