www.samajalive.in
Sunday, December 14, 2025
26.1 C
Bhubaneswar

ଦନ୍ତେୱାଡା ଆଇଇଡି ବିସ୍ଫୋରଣ: ସହିଦ ଯବାନଙ୍କ ପାର୍ଥିବ ଶରୀର ଉଦ୍ଧାର, ୩ ଯବାନ ନିଖୋଜ

ଡେସ୍କ: ଦନ୍ତେୱାଡା ନକ୍ସଲ ବିସ୍ଫୋରଣରେ ସହିଦ ହୋଇଥିବା ୧୦ ଜଣ ଯବାନ ଓ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବସ୍ତର ଆଇଜି କହିଛନ୍ତି, ବିସ୍ଫୋରଣରେ ସହିଦ ହୋଇଥିବା ଜିଲ୍ଲା ରିଜର୍ଭ ଗାର୍ଡର ୧୦ ଜଣ ଯବାନ ଓ ଡ୍ରାଇଭରଙ୍କ ପାର୍ଥିବ ଶରୀର ଉଦ୍ଧାର କରାଯାଇଛି ଓ ସେଗୁଡିକୁ ଆମ୍ବୁଲାନ୍ସ ଦ୍ୱାରା ପୁଲିସ ମୁଖ୍ୟାଳୟକୁ ଅଣାଯାଉଛି। ସେହି ଅଂଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିବା ସେ କହିଛନ୍ତି।

ସୂଚନା ଅନୁଯାୟୀ, ପ୍ରାୟ ୪୦-୫୦ କିଲୋଗ୍ରାମର ଆଇଇଡି ବିସ୍ଫୋରଣ କରାଯାଇଛି। ଅନ୍ୟପକ୍ଷରେ ନକ୍ସଲ ଏକତ୍ରିତ ହୋଇଥିବା ସୂଚନା ମିଳିବା ପରେ ସମ୍ପୃକ୍ତ ଅଂଚଳକୁ ଜିଲ୍ଲା ରିଜର୍ଭ ଗାର୍ଡର ଯବାନମାନଙ୍କୁ ପଠାଯାଇଥିଲା। ତେବେ କେଉଁ ସୂତ୍ରରୁ ଏହି ସୂଚନା ମିଳିଥିଲା ଓ ସେହି ସୂଚନା ଯବାନମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଉଦ୍ଦିଷ୍ଟ ଥିଲା କି ନାହିଁ ସେ ନେଇ ଏବେ ଛତିଶଗଡ଼ ପୁଲିସ ମୁଖ୍ୟାଳୟ ରାୟପୁରରେ ଏକ ଜରୁରୀ ବୈଠକ ଚାଲିଛି।

- Advertisement -


ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀ ଶାହା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି ଓ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories