ନୂଆଦିଲ୍ଲୀ: ହିଂସା ପ୍ରଭାବିତ ସୁଦାନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରୁ କେତେକଙ୍କୁ ସାଉଦି ଆରବ ସରକାର ସୁରକ୍ଷିତ ଉଦ୍ଧାର କରିଛନ୍ତି। ଶନିବାର ସାଉଦି ସରକାର ସୁଦାନରୁ ମୋଟ ୧୫୭ଜଣଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ନାଗରିକଙ୍କ ମଧ୍ୟରୁ ୯୧ଜଣ ସାଉଦ ଆରବ ବାସିନ୍ଦା ହୋଇଥିବାବେଳେ ୬୬ଜଣ ଭାରତ ସମେତ ବିଭିନ୍ନ ବନ୍ଧୁ ରାଷ୍ଟ୍ରର ନାଗରିକ। ସାଉଦି ସରକାରଙ୍କ ଦ୍ବାରା ଉଦ୍ଧାର ହୋଇଥିବା ଅନ୍ୟାନ୍ୟ ରାଷ୍ଟ୍ରର ନାଗରିକମାନେ ଭାରତ, ପାକିସ୍ତାନ, ବୁଲଗେରିଆ, ବାଂଲାଦେଶ, ଫିଲିପାଇନ୍ସ, କାନାଡା, ବୁର୍କିନାଫାସୋର ଅଧିବାସୀ। ସୁଦାନରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର ନିମନ୍ତେ ଭାରତ ସରକାର ଉପସାଗରୀୟ ରାଷ୍ଟ୍ରଗୁଡିକର ସହଯୋଗ ଲୋଡିଛନ୍ତି। ସୁଦାନରେ ଏବେ ପ୍ରାୟ ୪୦୦୦ ଭାରତୀୟ ଅଟକି ରହିଥିବାବେଳେ ସେମାନଙ୍କ ଉଦ୍ଧାର ନିମନ୍ତେ ସରକାର ତତ୍ପରତା ପ୍ରକାଶ କରିଛନ୍ତି।
Popular Categories



