ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡ

0

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡା ଥାନା ଅଞ୍ଚଳରେ ହୋଇଥିବା ନାବାଳିକା ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାର ଆଜି ଶୁଣାଣି ହୋଇଛି । ଫୁଲବାଣୀ ପକ୍ସୋ କୋର୍ଟ ଗଣଦୁଷ୍କର୍ମରେ ସଂପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛି । ଏହା ସହ ୨୨,୦୦୦ ଟଙ୍କା ଲେଖାଏଁ ଜୋରିମାନା ନିଦେର୍ଶ ଦିଆଯାଇଛି । ଅଭିଯୁକ୍ତମାନେ ଚିତରଞ୍ଜନ କହଁର, ପ୍ରଭାତ କହଁର ଏବଂ ରାଜିବ ଲୋଚନ କହଁର ।

prayash

ସୂଚନାଯୋଗ୍ୟ, ୨୦୧୫ ମସିହା ଜୁନ୍ ମାସରେ ଉକ୍ତ ଛାତ୍ରୀ ଜଣଙ୍କ ବିବାହ ଉତ୍ସବରୁ ଫେରିବା ବେଳେ ସେହି ଗ୍ରାମର କିଛି ଯୁବକ ତାଙ୍କୁ ଉଠାଇ ନେଇ ନିକଟ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ । ଦୁଷ୍କର୍ମପରେ ଛାତ୍ରୀଙ୍କ ମାଡ ମାରିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା।

Leave A Reply