www.samajalive.in
Monday, December 15, 2025
16.1 C
Bhubaneswar

ଇଣ୍ଟରନେଟ ସେବା ବନ୍ଦ : ଅନ୍ ଲାଇନ୍ କାମ ଠପ୍, ସୀମାନ୍ତ ଗାଁକୁ ଧାଉଁଛନ୍ତି ଯୁବପିଢି

ରେଙ୍ଗାଲି : ସମ୍ବଲପୁରରେ ହନୁମାନ ଜୟନ୍ତୀ ପୂର୍ବ ଦିନ ଅନୁଷ୍ଠିତ ବାଇକ୍ ରାଲି ପରେ ସୃଷ୍ଟି ହୋଇଥିବା ପରିସ୍ଥିତି ପରିପ୍ରେକ୍ଷୀରେ ସାରା ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ଏଥିଯୋଗୁଁ ଅନ୍ ଲାଇନ୍ କାମ ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଛି । ସହଜ କେନ୍ଦ୍ର, ଜନସେବା କେନ୍ଦ୍ର, କମ୍ପ୍ୟୁଟର କେନ୍ଦ୍ର ମାନଙ୍କରେ ତାଲା ଝୁଲୁଛି । ଅନ୍ ଲାଇନ୍ ବ୍ୟବସ୍ଥା  ଉପରେ ନିର୍ଭର ଥିବା ସରକାରୀ ଏବଂ ବେସରକାରୀ ଅଫିସ ଖୋଲା ରହିଥିଲେ ମଧ୍ୟ ଇଣ୍ଟରନେଟ ସେବା ବନ୍ଦ ଥିବାରୁ କିଛି କାମ ହେଉନାହିଁ। ବିଭିନ୍ନ କାମରେ ଆସୁଥିବା ଲୋକେ ନିରାଶରେ ଫେରୁଛନ୍ତି । ଜୀବନଚର୍ଯ୍ୟାର ଅଭିନ୍ନ ଅଙ୍ଗ ପାଲଟିଥିବା ଇଣ୍ଟରନେଟ ବ୍ୟବହାରକାରୀ ଘୋର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଅନ୍ ଲାଇନ୍ ପାଠପଢା, ୱାର୍କ ଫ୍ରମ୍ ହୋମ୍ ଆଦି କାମ ବାଧାପ୍ରାପ୍ତ ହୋଇଛି। ମୋବାଇଲରେ ବିଭିନ୍ନ ପ୍ରକାର ଗେମ୍, କାର୍ଟୁନ୍ ଦେଖିବାରେ ଅଭ୍ୟସ୍ତ ଛୋଟ ଛୁଆ ଇଣ୍ଟରନେଟ ବନ୍ଦ ଫଳରେ ଗେମ୍, କାର୍ଟୁନ ଦେଖି ନପାରି ଘରେ ହଟ୍ଟଗୋଳ କରୁଥିବା ଦେଖିବାକୁ ମିଳୁଛି । ଅନ୍ ଲାଇନ୍ ଅର୍ଥ ଦେଣନେଣ କାରବାର ଠପ୍ ହୋଇ ଯାଇଛି । ଆଉ କେତେଦିନ ଏମିତି  ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି ଲୋକେ ଦିନ ଗଣୁଛନ୍ତି।
ଅପର ପକ୍ଷରେ ସମ୍ବଲପୁରର ପଡୋଶୀ ଜିଲ୍ଲା ଝାରସୁଗୁଡା ଜିଲ୍ଳାରେ ଇଣ୍ଟରନେଟ ସେବା ଥିବାରୁ ସମ୍ବଲପୁର ଜିଲ୍ଲାର ସୀମାନ୍ତରେ ଥିବା ଝାରସୁଗୁଡା ଜିଲ୍ଳାର ଠେଲକୋଲୋଇ ନିକଟସ୍ଥ ଶ୍ରୀପୁରା ପାଖ ଖେରୁଆଳ ପୋଳ, ସୋଢା, ରାମାଲ, ଗୁଚ୍ଛାପାଲି, ଅମ୍ବପାଲି, ମହାଦେବ ପାଲି, କଣ୍ଟାପାଲି ଆଦି ଗ୍ରାମର ଆମ୍ବତୋଟା, ମନ୍ଦିର, ଯାତ୍ରୀ ବିଶ୍ରାମଗାର ଆଦି ସ୍ଥାନ ମାନଙ୍କରେ ଇଣ୍ଟରନେଟ ସେବାର ଉପଯୋଗ ପାଇଁ ସମ୍ବଲପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଗ୍ରାମର ଯୁବପିଢିଙ୍କ ଭିଡ ଲାଗିଥିବାର ଦେଖିବାକୁ ମିଳୁଛି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories