www.samajalive.in
Saturday, December 13, 2025
27.1 C
Bhubaneswar

ରାବଣ ବଧ ସହ ଉଦଯାପିତ ହେଲା ଗଡ଼ଭିତର ରାମଲୀଳା ନାଟ୍ୟ ଉତ୍ସବ

ବୌଦ୍ଧ: ବୌଦ୍ଧ ବ୍ଲକ ବାଉଁଶୁଣି ପଞ୍ଚାୟତ ଗଡ଼ଭିତର ମା କ୍ଷେତ୍ରପାଳିନୀ ରାମଲୀଳା ନାଟ୍ୟକଳା ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ରାମଲୀଳା ନାଟ୍ୟ ଉତ୍ସବ ସୋମବାର ରାତି ରାବଣ ବଧ ସହ ଉଦଯାପିତ ହୋଇଯାଇଛି।ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ ଓ ସ୍ଥାନୀୟ ସରପଞ୍ଚ ଅଇଁଠୁ ମହାଲିକ ଅତିଥି ଭାବେ ଯୋଗ ଦେଇଥିଲେ। ନାଟ୍ୟ ଉତ୍ସବରେ ପରିବେଷଣ ହୋଇଥିବା ନାଟକ ଗୁଡିକ ସ୍ବର୍ଗତ ଭାଗବତ ପୁରୋହିତ ରଚନା କରିଥିବା ବେଳେ, ନିର୍ଦେଶନା ଦେଇଥିଲେ ନାରାୟଣ ଦେହୁରୀ। ଦୁର୍ୟ୍ୟୋଧନ ବେହେରା ଓ ନିଳାମ୍ବର ନାଏକଙ୍କ ଯୋଡି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ନାଟକରେ ଶ୍ରୀରାମ- ରଞ୍ଜନ ନାଏକ, ଲକ୍ଷ୍ମଣ- ପ୍ରକାଶ ବେହେରା, ହନୁମାନ-ଗଦାଧର ଗାଇଗୌରିଆ, ରାବଣ-ସଂଗ୍ରାମ ଦେହୁରୀ, ମନ୍ଦୋଦରି-ଶିବଶଙ୍କର ସାହୁ, ବିଭୀଷଣ-ଗଣେଶ ତରିଆ, ଇନ୍ଦ୍ର-ଲାଲମଣି ମହାଲିକ, ମାତଳି- ଦିଲ୍ଲୀପ କ୍ଷେତି, ଦୁର୍ଗା- ଭାଗବତ ମହାକୁଳ, ଶିବ- ପର୍ତ୍ତି ଦେହୁରୀ, ପାର୍ବତୀ ଭୂମିକାରେ ଭୀଷ୍ମ ସାହୁ ପ୍ରମୁଖ ଅଭିନୟ କରିଥିଲେ। ନାଟକର ଅନ୍ତିମ ପର୍ୟ୍ୟାୟରେ ୨୦ ଫୁଟ ଉଚ୍ଚତାର ରାବଣ ପ୍ରତିମୂର୍ତ୍ତି ଓ ଆତସବାଜି ପ୍ରଦର୍ଶନୀ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା।ତେବେ ଆଗରୁ ବରଗଡ଼ ଧନୁଯାତ୍ରାର ବିଭିନ୍ନ ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ କଟୁ ବାକ୍ୟ ପ୍ରୟୋଗ ଯୋଗୁଁ କଂସ ମହାରାଜ ଭୂମିକାରେ ଅଭିନୟ କରୁଥିବା କଳାକାର ମାନେ ଶ୍ରୀକ୍ଷେତ୍ର ଯାଇ ମହୋଦଧିରେ ବୁଡ଼ ପକାଇବା ସହିତ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପୂର୍ବକ କ୍ଷମାଭିକ୍ଷା କରିଥାନ୍ତି।ଯାହାକି ଗତ ବର୍ଷ ଠାରୁ ଗଡ଼ଭିତର ରାମଲୀଲାରେ ଦେଖିବାକୁ ମିଳିଛି।ଏଠାକାର ରାବଣ ଭୂମିକାରେ ଅଭିନୟ କରୁଥିବା ସଂଗ୍ରାମ ଦେହୁରୀ ଓ ଅନ୍ୟ କଳାକାର ମାନେ ସୋମବାର ଶ୍ରୀକ୍ଷେତ୍ର ପୁରୀକୁ ଯାଇ ଏହି ପରମ୍ପରାକୁ ଅନୁସରଣ କରିଛନ୍ତି।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories