www.samajalive.in
Wednesday, December 10, 2025
18.1 C
Bhubaneswar

‘ସମାଜ’ର ସତ୍ୟନିଷ୍ଠତା ଓ ନିରପେକ୍ଷତା ଅନନ୍ୟ

କେନ୍ଦୁଝରଗଡ଼: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମାନସ ସନ୍ତାନ ‘ସମାଜ’ ସମ୍ବାଦ ପରିବେଷଣ କ୍ଷେତ୍ରରେ ସତ୍ୟନିଷ୍ଠତା ଓ ନିରପେକ୍ଷତା ବଜାୟ ରଖିବାରେ ଯେଉଁ ପରମ୍ପରାର ସୂତ୍ରପାତ କରିଛି ତାହା ଅନନ୍ୟ। ‘ ସମାଜ’ କେବଳ ଖବରକାଗଜ ନୁହେଁ, ଏହା ଏକ ଜନଆନ୍ଦୋଳନରେ ପରିଣତ ହୋଇ ସମଗ୍ର ରାଜ୍ୟ ତଥା ଦେଶ ବିଦେଶର ଓଡିଆଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ବୋଲି ସମାଜ ପାଠକ ମଞ୍ଚ ବୈଠକରେ ସର୍ବସମ୍ମତ ମତପ୍ରକାଶ ପାଇଛି। ମିଳନୀ ସାହିତ୍ୟ ସଂସଦ ସଭା ଗୃହରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ସମାଜ ପାଠକ ମଞ୍ଚ କେନ୍ଦୁଝରର ବୈଠକରେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଭାକର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଅକୃତିମ ପ୍ରେରଣା ଦେବାରେ ସମାଜର ଭୂମିକା ଉଲ୍ଲେଖନୀୟ ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ନାଗରିକ କୈଳାସ ଚନ୍ଦ୍ର ପଣ୍ଡା, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ପିନାକୀ ମିଶ୍ର, ଜିଲା ଲେଖିକା ସଂସଦ ଉପସଭାନେତ୍ରୀ ମମତାରାଣୀ ଦାସ ମଞ୍ଚାସୀନ ହୋଇ ସମାଜ ଓଡିଆ ପ୍ରାଣପୁରର ଲଳିତ ସ୍ପନ୍ଦନ ବୋଲି କହିଥିଲେ।

ସମାଜ ଜିଲା ପ୍ରତିନିଧି ତଥା ପାଠକ ମଞ୍ଚ ଆବାହକ ଜ୍ଞାନରଞ୍ଜନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ମିଳନୀ ସାହିତ୍ୟ ସଂସଦର ସଭାପତି ତଥା ସମାଜ ପାଠକ ମଞ୍ଚ ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କ ସଭାପତିତ୍ୱ ଅଭିଭାଷଣ ପ୍ରଦାନ ପ୍ରସଙ୍ଗରେ ‘ସମାଜ’ ଉତ୍କଳମଣିଙ୍କ ନୀତି ଓ ଆଦର୍ଶକୁ ନିଷ୍ୱାର ସହିତ ବଜାୟ ରଖିବା ସହ ସୁସ୍ଥ ସମାଜ ଗଠନରେ ବଳିଷ୍ଠ ଭୂମିକା ନିର୍ବାହ କରିଆସୁଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କେନ୍ଦୁଝରର ନିର୍ଦ୍ଦେଶକ ଡ.ବବୃବାହନ ମହାପାତ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. କାର୍ତ୍ତିକ ଚନ୍ଦ୍ର ମିଶ୍ର, ମିଳନୀ ସାହିତ୍ୟ ସଂସଦ ସମ୍ପାଦକ ଡ. ଚିତ୍ତରଞ୍ଜନ ମିଶ୍ର, ବରିଷ୍ଠ ଆଇନଜୀବୀ ନିମାଇଁ ଚରଣ ଦାଶ, ଜିଲା ଓକିଲ ସଂଘ ସମ୍ପାଦକ ସଞ୍ଜୀତ ଦାସ, କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟ ପ୍ରତିଷ୍ଠାତା ଇଂ ବସନ୍ତ କୁମାର ଦାନୀ, ସିଟିଜି ଫାଉଣ୍ଡେସନ ପ୍ରତିଷ୍ଠାତା ରାଜେନ୍ଦ୍ର କୁମାର ପଲେଇ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡ଼ର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଝାଡେଶ୍ୱର ମିଶ୍ର, ଓସ୍କା ସମ୍ପାଦିକା ଧରିତ୍ରୀ ରାଉତ, ଗୋପବନ୍ଧୁ ସେବାକେନ୍ଦ୍ର ସଦସ୍ୟା ରୂପଶ୍ରୀ ଗନ୍ତାୟତ, ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡିଆ ଭାଷା ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସୁଧାକାର ଦାଶ, ପ୍ରାଧ୍ୟାପକ ଜଗନ୍ନାଥ ଜେନା, କବୟ୍ରିତ୍ରୀ ଶୋଭନା ଜେନା, ବରିଷ୍ଠ ସାମ୍ବାଦିକ ଏ.ଆର.ଖାନ, ଯୁବ ସମାଜସେବୀ ସତ୍ୟଜିତ ମିଶ୍ର, ମିଳନୀ ସାହିତ୍ୟ ସଂସଦ ଯୁଗ୍ମସମ୍ପାଦକ ହରିହର ମହାନ୍ତ, ଗୋପବନ୍ଧୁ ସେବାକେନ୍ଦ୍ର ସଦସ୍ୟା ପ୍ରଣତୀ ରାଉତ ଓ ବୈଶାଳୀ ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ଏଭଳି ପାଠଚକ୍ର ଆୟୋଜନ ‘ସମାଜ’କୁ ଆଗେଇ ନେବାରେ ସହାୟକ ହେବବୋଲି ମତବ୍ୟକ୍ତ କରିବା ସହ ଉପଖଣ୍ଡ ଓ ଜିଲାସ୍ତରରେ ନିୟମିତ ବ୍ୟବଧାନରେ ଏଭଳି ପାଠକ ମଞ୍ଚ ଆୟୋଜନ କରାଯାଇ ଉତ୍କଳମଣିଙ୍କ ନୀତି ଓ ଆଦର୍ଶକୁ ଉଜ୍ଜିବୀତ କରି ରଖିବା ପାଇଁ ଆହ୍ୱାନ ଦେଇଥିଲେ। ଶେଷରେ ଗୋପବନ୍ଧୁ ସେବାକେନ୍ଦ୍ର ସଂଯୋଜିକା ରାଜଶ୍ରୀ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories