ଯାଜପୁର: ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ ଯେପରି ପ୍ରତ୍ୟେକ ଊପଯୁକ୍ତ ହିତାଧିକାରୀ ପାଇପାରିବେ ଏବଂ ସମାଜର ତୃଣମୂଳ ସ୍ତରରେ ଯୋଜନାର ସୁପଂଳ ଶେଷ ଲୋକ ପାଖରେ ପହଞ୍ଚାଇ ଯାଜପୁର ଜିଲ୍ଲାକୁ ସମଗ୍ର ରାଜ୍ୟରେ ଏକ ନମ୍ୱର ଜିଲ୍ଳା ଭାବେ ପରିଚୟ ବଜାୟ ରଖିବାକୁ ପରିଷଦର ଦ୍ଵିତୀୟ ସାଧାରଣ ବୈଠକରେ ଗୁରୁତ୍ୱାରୋପ କରାଯାଇଚ୍ଥି ।
ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଗ୍ରାମ୍ୟ ଊନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡାଇ, ସାଂସଦ ଶର୍ମିଷ୍ଠା ସେଠୀ, କୋରାଇ ବିଧାୟକ ଅଶୋକ କୁମାର ବଳ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବରୀ ବିଧାୟିକା ସୁନନ୍ଦା ଦାସ, ଜିଲ୍ଲା ପରିଷଦ ଉପ-ସଭାପତି ଗଣେଶ୍ୱର ବରାଳ ପ୍ରମୁଖ ଯୋଗ ଦେଇଥିଲେ।



