www.samajalive.in
Sunday, December 7, 2025
14.1 C
Bhubaneswar

ତଦନ୍ତ ହେଲେ ମୋଦୀ ବର୍ତ୍ତିପାରିବେନି: ରାହୁଲ୍‍

ନୂଆଦିଲ୍ଲୀ: ରାଫେଲ୍‍ ଫାଇଟର ଜେଟ୍‍ ଚୁକ୍ତି ପ୍ରସଙ୍ଗରେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି। ରାଫେଲ୍‍ କ୍ରୟ ଚୁକ୍ତିରେ ବଡ଼ ଧରଣର ଦୁର୍ନୀତି ହୋଇଛି। ଯଦି ତଦନ୍ତ ଆରମ୍ଭ ହୁଏ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତିପାରିବେନି ବୋଲି ସେ କହିଛନ୍ତି।
ନ୍ୟୁଜ ପୋର୍ଟାଲ୍‍ ‘ଦ ୱାୟର’ର ତଥ୍ୟକୁ ଉଲ୍ଲେଖ କରି ରାହୁଲ୍‍ କହିଛନ୍ତି ଯେ ଡାସଲ୍‍ଟ କମ୍ପାନୀ ପକ୍ଷରୁ ଅନୀଲ ଅମ୍ବାନୀଙ୍କୁ ୨୮୪ କୋଟି ଟଙ୍କାର ଲାଞ୍ଚ ଦିଆଯାଇଛି। ସେହି ଟଙ୍କାରେ ଅନୀଲ ଏକ ଜମି କିଣିଛନ୍ତି। ସେଠାରେ ରାଫେଲ୍‍ ଅଫ୍‍ସେଟ୍‍ ପାର୍ଟନର ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ ପକ୍ଷରୁ ଜେଟ୍‍ର ଅଂଶ ନିର୍ମାଣ କରାଯିବ। ରିଲାଏନ୍ସ ପାଖରେ ଜମି ଥିବାରୁ ସେହି କମ୍ପାନୀକୁ ଅଫ୍‍ସେଟ୍‍ ପାର୍ଟନର ଭାବେ ଚୟନ କରାଗଲା ବୋଲି ଡାସଲ୍ଟ ମୁଖ୍ୟ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା। ଅନୀଲଙ୍କ କମ୍ପାନୀ ଦେବାଳିଆ ହୋଇଯାଇଥିବା ବେଳେ କିଏ କାହିଁକି ଏଭଳି ଏକ କମ୍ପାନୀରେ ନିବେଶ କରିବାକୁ ଚାହିଁବ। ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ଡାସଲ୍‍ଟ ରିଲାଏନ୍ସରେ ନିବେଶ କରିଛି। ତେଣୁ ଏହି ଦୁର୍ନୀତିରେ ପ୍ରଧାନମନ୍ତ୍ରୀ ମଧ୍ୟ ସମପାରିମାଣରେ ଭାଗୀଦାରୀ। ଅନୀଲ ଅମ୍ବାନୀଙ୍କୁ ୩୦ ହଜାର କୋଟି ଟଙ୍କାର ଫାଇଦା ଦେବା ପାଇଁ ପ୍ରଧାନମନ୍ତ୍ରୀ ଏକାକୀ ଏହି ଚୁକ୍ତି କରିଛନ୍ତି। ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇନାହିଁ। ଯଦି ତଦନ୍ତ ହୁଏ ତେବେ ପ୍ରଧାନମନ୍ତ୍ରୀ ବର୍ତ୍ତିପାରିବେନି। ଏହା ନିଶ୍ଚିତ ବୋଲି ଶ୍ରୀ ଗାନ୍ଧି କହିଛନ୍ତି।
ଡାସଲ୍‍ଟ କମ୍ପାନୀ ରିଲାଏନ୍ସ ଏୟାରପୋର୍ଟ ଡେଭେଲପର୍ସର ୩୪.୭୯% ଅଣପଞ୍ଜିକୃତ ଅଂଶଧନ କିଣିଥିବା ଉକ୍ତ ନ୍ୟୁଜ୍‍ ପୋର୍ଟାଲ୍‍ରେ ଉଲ୍ଲେଖ ରହିଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories