www.samajalive.in
Monday, December 8, 2025
24.1 C
Bhubaneswar

ରାଫେଲ ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ରାଫେଲ ଯୁଦ୍ଧବିମାନ କାରବାର ସଂକ୍ରାନ୍ତରେ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ଏସ୍‍.କେ କାଉଲ ଏବଂ ବିଚାରପତି କେ.ଏମ୍‍ ଯୋଶେଫ୍‍ଙ୍କ ପୀଠ ସୋମବାର ଆବେଦନଟିକୁ ବିଚାରକୁ ନେଇ ଶୁଣାଣି ନିମନ୍ତେ ୧୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ରାଫେଲ କ୍ରୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରକାଶ ସହିତ ୟୁପିଏ ଏବଂ ଏନ୍‍ଡିଏ ସମୟରେ ଏ ନେଇ ନିର୍ଦ୍ଧାରିତ ମୂଲ୍ୟର ଚିଠା ସାର୍ବଜନୀନ କରିବା ନିମନ୍ତେ କେନ୍ଦ୍ରକୁ ନିର୍ଦେଶ ଦେବାକୁ ଆଇନଜୀବୀ ବିନୀତ ଧଣ୍ଡା ଏହି ଆବେଦନ କରି ଥିଲେ।  ଏଥିସହ ଫ୍ରାନ୍ସର ଡାସଲ୍ଟ ଭାରତୀୟ କମ୍ପାନୀ ରିଲାଏନ୍ସକୁ ଦେଇଥିବା କଣ୍ଟ୍ରାକ୍ଟ ବିଷୟରେ ମଧ୍ୟ ସେ ସୂଚନା ଲୋଡିଛନ୍ତି। ରାଫେଲ କାରବାରରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଏହା ଉପରେ ରହିତାଦେଶ ଲାଗୁ କରିବାକୁ ପୂର୍ବରୁ ଆଇନଜୀବୀ ଏମ୍‍. ଏଲ୍‍ ଶର୍ମା ମଧ୍ୟ ଏକ ଆବେଦନ କରିଥିଲେ। ଏହି ଆବେଦନ ଉପରେ ମଧ୍ୟ ଆଜି ଶୁଣାଣି ହେବ । ୩୬ଟି ରାଫେଲ ବିମାନ କ୍ରୟ କରିବା ନେଇ ଦୁର୍ନୀତି ହୋଇଥିବାରୁ ଏହାକୁ ରଦ୍ଦ କରାଯିବା ଉଚିତ ବୋଲି ସେ ଦର୍ଶାଇଥିଲେ। ୨୦୧୮ ମାର୍ଚ୍ଚ ସମଧରଣର ଅନ୍ୟ ଏକ ମାମଲା ସୁପ୍ରିମକୋର୍ଟରେ ରୁଜୁ ହୋଇଥିଲା। ରାଫେଲ କାରବାରର ସ୍ୱାଧୀନ ତଦନ୍ତ କରିବା ସହିତ ଏହାର ମୂଲ୍ୟ ସଂସଦରେ ପ୍ରକାଶ କରିବାକୁ ଆବେଦନକାରୀ ଦର୍ଶାଇଥିଲେ। ସେହିଭଳି ଫ୍ରାନ୍ସ ସହିତ ରାଜିନାମା ସ୍ୱାକ୍ଷର ପୂର୍ବରୁ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା ବେଳେ କାହିଁକି କେନ୍ଦ୍ର କ୍ୟାବିନେଟ୍‍ର ମଞ୍ଜୁରୀ ଲୋଡାଯାଇ ନ ଥିଲା ତାହାର କାରଣ ଦର୍ଶାଇବା ଲାଗି କେନ୍ଦ୍ରକୁ ନିର୍ଦେଶ ଦେବା ନିମନ୍ତେ କଂଗ୍ରେସ ନେତା ତହସୀନ ଏସ୍‍ ପୁନାୱାଲା ମଧ୍ୟ ସର୍ବୋଚ୍ଚ ଅଦାଲତରେ ଏକ ଆବେଦନ କରିଥିଲେ। ଉଲ୍ଲେଖ ଯେ ଦ୍ୱୈତ ଇଞ୍ଜିନ ବିଶିଷ୍ଟ ଅତ୍ୟାଧୁନିକ ରାଫେଲ ବିମାନ କ୍ରୟ କରିବା ଲାଗି ଫ୍ରାନ୍ସ ସହିତ ହୋଇଥିବା ରାଜିନାମାକୁ ନେଇ କଂଗ୍ରେସ ବାରମ୍ବାର ବିଜେପି ସରକାରକୁ ସମାଲୋଚନା କରିଆସୁଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories