ବେଲୁନ୍ ଗିଳି ଦେବାରୁ ୯ ବର୍ଷ ବୟସ୍କ ବାଳକର ମୃତ୍ୟୁ
କୋଚି – କେରଳର ବଳରାମ୍ପୁରମ୍ରେ ଘଟିଛି ଏକ ଅଭାବନୀୟ ଘଟଣା । ଖେଳୁଥିବା ବେଳେ ବେଲୁନ୍ ଗିଳିଦେବାରୁ ଜଣେ ୯ ବର୍ଷ ବୟସ୍କ ବାଳକ ମୃତ୍ୟୁ ଘଟିଛି । ମୃତ ବାଳକର ନାମ ଆଦିତ୍ୟନ ବୋଲି ଜଣାପଡିଛି । କେରଳ ବଳରାମପୁରମ୍ ଆନ୍ଥିୟୁର ନିକଟବର୍ତ୍ତୀକାଲୁମୁଡୁରେ ଏହି ବାଳକର ଘର ।
ବଳରାମପୁର ଅଞ୍ଚଳରେ ୯ ବର୍ଷିୟ ଆଦିତ୍ୟନ୍ ବେଲୁନ୍ ସହ ଖେଳୁଥିଲା । ଏଥିରେ ପବନ ଫୁଙ୍କିବା ସମୟରେ କୌଣସି କାରଣରୁ ଏହାକୁ ଗିଳି ଦେଇଥିଲା । ପିଲାଟି ଶ୍ୱାସ କ୍ରିୟାରେ ଅସୁବିଦା ହେଉଥିବା ତା ମା ପ୍ରଥମେ ଦେଖିଥିଲେ । ବେଲୁନ୍ ଗିଳିଦେଇଥିବା ଜାଣିବା ପରେ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ ।
ଡାକ୍ତର ବାଳକକୁ ଭେଣ୍ଟିଲେଟର୍ରେ ରଖିବା ସହ ବେଲୁନ୍କୁ ଶ୍ୱାସନଳୀରୁ କାଢି ଦେଇଥିଲେ । ହେଲେ ବାଳକଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ମାସରେ କୋଲକାତରେ ସମାନ ଘଟଣା ଘଟିଥିଲା । ଏକ ଖାଲି ବା ଫୁଲି ନଥିବା ବେଲୁନ୍ ଗିଳିଦେବାରୁ ୩ ବର୍ଷ ବୟସର ବାଳକ ବା ଶିଶୁର ମୃତ୍ୟୁ ହୋଇଥିଲା । ଏହି ବେଲୁନ୍ଟୁ ଶ୍ୱାସ ନଳୀରେ ଅଟକି ଯାଇଥିଲା । ତାକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧଧ୍ୟ ଶିଶୁଟିର ମୃତ୍ୟୁ ହୋଇଥିଲା
Comments are closed.