କୋଣାର୍କ: ପୁରୀ ଜିଲା କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ଭଗଵତୀଙ୍କ ମନ୍ଦିରରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାର ପୁଲିସର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଗତକାଲି ଵିଳମ୍ଵିତ ରାତିରେ କୋଣାର୍କ ସ୍ଥିତ ଦେବୀ ମା ଭଗବତୀଙ୍କ ମନ୍ଦିରର ମୁଖ୍ୟ ଦ୍ୱାର ଗ୍ରୀଲ ଭାଙ୍ଗି ଭିତରରେ ଥିବା ହୁଣ୍ଡିରୁ ନଗଦ ୪୦ହଜାର ଟଙ୍କା, ୨ଟି ସୁନା ମୁକୁଟ, ମାଙ୍କ ପୂଜା ଥାଳି ସହ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଦୃର୍ବୃତ୍ତମାନ ଲୁଟି ନେଇଛନ୍ତି। ଏନେଇ ମନ୍ଦିର ଦାୟିତ୍ବ ରେ ଥିବା ମାଧିପୁର ଗ୍ରାମର ସୁଶାନ୍ତ କୁମାର ପାଢୀ ଶୁକ୍ରବାର ସକାଳ ୬ଟା ରେ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି କୋଣାର୍କ ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ କୋଣାର୍କ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ କୁ ଜୋରଦାର କରାଯାଉଥିବା କୋଣାର୍କ ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।
Popular Categories



