www.samajalive.in
Saturday, December 6, 2025
26.1 C
Bhubaneswar

ମନ୍ଦିର ପୁଷ୍କରିଣୀରେ ବୁଡ଼ି ୫ ମୃତ

ଚେନ୍ନଇ: ତାମିଲନାଡୁର ରାଜଧାନୀ ଚେନ୍ନଇରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ମନ୍ଦିର ପୁଷ୍କରିଣୀରେ ବୁଡ଼ି ୫ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଏକ ପୂଜା ବିଧି ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି। ମୃତକମାନଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବୁଧବାର ସକଳା ପ୍ରାୟ ୧୦.୩୦ ସମୟରେ ଦକ୍ଷିଣ ଚେନ୍ନାଇ ଉପକଣ୍ଠ କିଲ୍‌କଟ୍ଟାଲାଇ ନିକଟ ମୁଭାରସମ୍ପେଟ୍ ପୁଷ୍କରିଣୀରେ ବୁଡ଼ି ପାଞ୍ଚ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଯୁବକମାନେ ଧର୍ମଲିଙ୍ଗେଶ୍ୱରର୍ ମନ୍ଦିରର ତୀର୍ଥଭାରୀ ପୂଜାରେ ସାମିଲ ହୋଇଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ସମସ୍ତ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯିବା ସହ ଚିହ୍ନଟ କରାଯାଇଥିବା ପୁଲିସ କହିଛି। ମୃତକମାନେ ହେଲେ ମାଡିପକ୍କମର ରାଘବନ୍, କିଲ୍‌କଟ୍ଟାଲାଇର ଯୋଗେଶ୍ୱରନ୍ ଏବଂ ନାଙ୍ଗନାଲ୍ଲୁରର ଭାନେଶ, ରାଘବନ୍ ଏବଂ ଆର.ସୂର୍ଯ୍ୟ ବୋଲି ଜଣାପଡିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories