www.samajalive.in
Sunday, December 7, 2025
14.1 C
Bhubaneswar

କାର୍ଯ୍ୟାଳୟରୁ ଫେରୁଥିବା ବେଳେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା

ଦେବଗଡ଼ : ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗ । ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୧୧ ଟା ସମୟରେ ହତ୍ୟା କରାଯାଇଛି । ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ରୀତା ସାହୁ ବୋଲି ଜଣାପଡିଛି । ଭାରତ ଫାଇନାନ୍ସ ଅଫିସରେ ରାତି ପ୍ରାୟ ୧୧ ଟା ସମୟରେ ନିଜ କାମ ସାରି ରୀତା ଭିତିରିଆ ସାହି ଠାରେ ଥିବା ନିଜର ଭଡା ଘରକୁ ବାହାରିଥିଲେ । ମାତ୍ର ଅଫିସ ସମ୍ମୁଖରେ ୨ ଜଣ ଯୁବକ ତାଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିଛନ୍ତି । ରୀତା ଅଫିସ ବାହାରେ ନିଜ ସ୍କୁଟିରେ ବସିବାକୁ ଯାଉଥିବା ବେଳେ ହଠାତ ୨ ଜଣ ଯୁବକ ଆକ୍ରମଣ କରିଥିଲେ । ପ୍ରଥମେ ଛୁରି ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ । ପରେ ପଥର କଚାଡି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ରୀତାଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀ ମାନେ ଦୌଡି ଆସିଥିଲେ । ମାତ୍ର ରୀତାଙ୍କୁ ବଂଚାଇ ପାରିନଥିଲେ । ଅଫିସର ଅନ୍ୟ କର୍ମଚାରୀ ମାନେ ପୁଲିସକୁ ଖବର ଦେଇ ରୀତାଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନା ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ମାତ୍ର ରୀତାଙ୍କୁ କିଏ, କାହିଁକି ହତ୍ୟା କରିଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories