www.samajalive.in
Sunday, December 14, 2025
23.1 C
Bhubaneswar

ସମ୍ବଲପୁର ସିଟି ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ

ସମ୍ବଲପୁର: ପୁର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ମଣ୍ଡଳର ସମ୍ବଲପୁରର ସିଟି ଷ୍ଟୋସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ କରାଯାଉଛି। ମାନେଶ୍ୱର ଓ ସିଟି ଷ୍ଟେସନ ମଧ୍ୟରେ ରେଳ ଧାରଣା ଦୋହରୀକରଣ କାର୍ଯ୍ୟ ସମ୍ପାଦନ ଓ ଫୁଟ ଓଭର ବ୍ରିଜ ନିର୍ମାଣ ପାଇଁ ଆସନ୍ତା ୬ ତାରିଖରେ ରାଉରକେଲା ରୁ ଛାଡିବାକୁ ଥିବା ୧୮୧୨୫ ରାଉରକେଲା – ପୁରୀ ଏକ୍ସପ୍ରେସ ସମ୍ବଲପୁର ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ। ସମ୍ବଲପୁର ଠାରୁ ପୁରୀ – ରାଉରକେଲା ଏକ୍ସ୍‌‌ପ୍ରେସ ଭାବରେ ରାଉରକେଲାକୁ ଫେରିଯିବ। ପୁରୀରେ ଛାଡିବାକୁ ଥିବା ୧୮୧୨୬ ପୁରୀ – ରାଉରକେଲା ଏକ୍ସପ୍ରେସ ରେଢ଼ାଖୋଲ ଷ୍ଟେସନ ପର୍ଯ୍ୟନ୍ତ ଆସି ପୁରୀକୁ ଫେରିଯିବ। ଏହି ରେଳଗାଡି ସମ୍ବଲପୁର ରୁ ରେଢ଼ାଖୋଲ ମଧ୍ୟରେ ଉଭୟ ପାର୍ଶ୍ବରୁ ୬ ତାରିଖରେ ଚଳାଚଳ ବାତିଲ ରହିବ ବୋଲି ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories