www.samajalive.in
Saturday, December 13, 2025
27.1 C
Bhubaneswar

ବିଧାୟକଙ୍କ ନିଆରା ଉଦ୍ୟମ, ମାହାଙ୍ଗାର ୧୨ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ

କୁଆଁପାଳ: ଆଜି ପବିତ୍ର ଉତ୍କଳ ଦିବସରେ ଉତ୍କଳୀୟ କଳା ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ରୁଦ୍ଧିମନ୍ତ କରି ଓଡ଼ିଆ ଜାତିକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ମାହାଙ୍ଗା ଅଂଚଳର ବାର ଜଣ ସାରସ୍ୱତ ସାଧକ ବରପୁତ୍ରମାନଙ୍କର ବ୍ରୋଞ୍ଜ ପ୍ରତିମୂର୍ତ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁଆଁପାଳ ଜଳେଶ୍ୱରପୁର ପଂଚାୟତ ସ୍ଥିତ ପ୍ରତିଭା ଭବନ ପରିସରରେ ସ୍ଥାପନ କରାଯାଇଛି। ପ୍ରତିଭା ଭବନ ପ୍ରତିଷ୍ଠାର ୨୦ ବର୍ଷ ପରେ ପ୍ରତିଭାମାନକୁ ପାଇ ଝଲସି ଉଠିଛି।

ଗତ ଦୁଇ ବର୍ଷ ପୂର୍ବେ ପୂର୍ବତନ ମନ୍ତ୍ରୀ ସେକ ମତଳୁବ ଅଲିଙ୍କ ଚେଷ୍ଟାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ବିଧାୟକ ଶ୍ରୀ ଜେନାଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା। ପବିତ୍ର ଉତ୍କଳ ଦିବସରେ ଆଜି ଏକ ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ଜେନା ଯୋଗ ଦେଇ ଓଡ଼ିଆ ସାରସ୍ୱତ ଜଗତକୁ ରୁଦ୍ଧିମନ୍ତ କରିବା ସହ ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ଜାତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାନ ଜନନାୟକ, ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି, ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ, ପଲ୍ଲିକବି ନନ୍ଦକିଶୋର ବଳ, ଆଦିନାଟ୍ୟକାର ଜଗନମୋହନ ଲାଲ, ଦ୍ଵିତୀୟ ଭଞ୍ଜ କବି ଗୋଲକ ଚନ୍ଦ୍ର ପ୍ରଧାନ, ବାଗ୍ମୀ ବିଶ୍ୱନାଥ କର, ଶିଳ୍ପୀଗୁରୁ ବିମ୍ବାଧର ବର୍ମା, ସଂସ୍କାରକ ବୈରାଗୀ ମିଶ୍ର, ବିଶ୍ୱ ସନ୍ତରଣକାରୀ ମିହିର ସେନ, ପଦ୍ମଶ୍ରୀ ପଣ୍ଡିତ ରଜତ କୁମାର କର, କର୍ମବୀର ଗୌରୀଶଙ୍କର ରାୟ, କବି ପ୍ରାଜ୍ଞ ପ୍ରାଣକୃଷ୍ଣ ସାମଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ତାଙ୍କ ପାଦ ପଦ୍ମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରତିଭା ଭବନରେ ପ୍ରତିଭାଧର ମାନକୁ ସ୍ଥାନିତ କରାଯାଇଥିବାରୁ ମହାଙ୍ଗାର ବୁଦ୍ଧିଜୀବୀ, ସାହିତ୍ୟିକ, ଲେଖକ, କବି ଓ ସାରସ୍ୱତ ସାଧକ ମାନେ ବିଧାୟକ ଶ୍ରୀ ଜେନାଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ସ୍ୱାଗତ କରିଛନ୍ତି।

- Advertisement -

ଗୀତିକାର ବିଶ୍ୱେଶ୍ୱର ମହାନ୍ତିଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ ଭୁବନାନନ୍ଦ ସାହୁ, କବି ପ୍ରାବନ୍ଧିକ ସାରଦା ପ୍ରସନ୍ନ ମିଶ୍ର, ଶିକ୍ଷାବିତ ଅକ୍ଷୟ ଷଡ଼ଙ୍ଗୀ, ସଂଯୋଜକ ପନଙ୍ଗ ଭୂଷଣ ଦାସ, ଡ଼ଃ ଏକାଦଶୀ ପ୍ରଧାନ, ବିଦୁଲତା ପ୍ରଧାନ, କବି ଗୌତମ ଚରଣ ଜେନା, କବି ନରେନ୍ଦ୍ର ପରିଡା, ରାଜକିଶୋର ମିଶ୍ର, ପ୍ରଫୁଲ୍ଲ ସିଂ, ପ୍ରଫୁଲ ସାହୁ, ବିଜୟ କୁଅଁର, କବୟିତ୍ରୀ ଲବଙ୍ଗଲତା ରାଉତ, ବ୍ଲକ ବିଜେଡି ସଭାପତି ରାଜକିସୋର ଜେନା, ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ, ସଭ୍ୟ ଜଗବନ୍ଧୁ ସେଠି, ରିଆଯୁଲ ହୋଦା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜିଲ୍ଲା ବିଜେଡି ଉପସଭାପତି ହୃଷିକେଶ ସ୍ୱାଇଁ, ଶିକ୍ଷାବିତ ଚୌ ରମାକାନ୍ତ ପ୍ରହରାଜ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ ବିଡ଼ିଓ ଜ୍ଞାନରଞ୍ଜନ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦ୍ୟୁତ କୁମାର ସାହୁ, ସରପଞ୍ଚ ସୁଜାତା ମଲ୍ଲିକ, ରାଜକିଶୋର ବଳ, ସମିତିସଭ୍ୟା ରେବତୀ ସେଠିଙ୍କ ସମେତ ବହୁ ସାହିତ୍ୟିକ କବି ଲେଖକ ମାନେ ଉପସ୍ଥିତ ରହି ଉତ୍କଳର ଏହି ବରପୁତ୍ର ମାନକୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଦୀର୍ଘ ବର୍ଷ ପରେ ପ୍ରତିଭା ଭବନରେ ପ୍ରତିଭା ମାନକୁ ସ୍ଥାପନ କରାଯାଇଥିବାରୁ ଏହା ସାରା ମାହାଙ୍ଗାର ଶୋଭା ବର୍ଦ୍ଧନ କରିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories