ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ସିଆର୍ ପି ଏଫ୍ କ୍ୟାମ୍ପ ଜି/୬୪ ବାଟାଲିଅନ ତରଫରୁ ମାଓ ଅଧ୍ୟୁଷିତ ତଥା ଆଦିବାସୀ ଅଧ୍ୟୁଷିତ ଲୁବେନଗଡ ଠାରେ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୪ ବାଟାଲିୟନର ଦ୍ଵିତୀୟ କମାଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପାଓ ଏବଂ ଆଶା କର୍ମୀ ମମତା ନାଏକ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଦୁଇଟି ଶିକ୍ଷାନୁଷ୍ଠାନ ସୁଲେସୁରୁ ଓ ଡ୍ରମ୍ବା ବିଦ୍ୟାଳୟକୁ କ୍ରୀଡ଼ା ସାମଗ୍ରୀ ଓ ଅନ୍ୟମାନଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ଛତା, ଲୁଙ୍ଗି, ଶାଢ଼ୀ, ସୋଲାର୍ ଲାଇଟ, ବଣ୍ଟନ କରାଯାଇଥିଲା।
Popular Categories



