www.samajalive.in
Saturday, December 13, 2025
21.1 C
Bhubaneswar

ମୋହନାରେ ବଢୁଛି ଟ୍ରାଫିକ ସମସ୍ୟା

ମୋହନା : ମୋହନା ବଜାରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଯାହା ଲୋକମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି।  ଏଠାରେ ବ୍ଳକ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନ, ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତ, ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବହୁ ବିଭାଗୀୟ କାର୍ଯ୍ୟାଳୟ ରହିଛି। ବ୍ଳକର ବିଭିନ୍ନ ଗ୍ରାମ ସମେତ ପଡୋଶୀ ବ୍ଳକ ଓ ସିମାନ୍ତବର୍ତୀ ଗ୍ରାମ ଗୁଡିକରୁ ଶତାଧିକ ଜନସାଧାରଣ ଏହି ମୋହନା ଉପରେ ନିର୍ଭର କରିଥାନ୍ତି। ବ୍ରହ୍ମପୁର ଠାରୁ ରାୟଗଡାକୁ ଓ କନ୍ଧମାଳ ଜିଲ୍ଲାର ବ୍ରାହ୍ମଣିଗାଁ ଠାରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିକୁ ସଲଗ୍ନ କରୁଥିବା ରାଜ୍ୟ ରାଜପଥ ମୋହନା ସହର ଦେଇ ଯାଇଛି। ଉକ୍ତ ବଜାର ରାସ୍ତା ଦେଇ ଦୈନିକ ସହ ସହ ଯାନବାହାନ ଯାତାୟତ କରୁଥିବା ବେଳେ ବିଭିନ୍ନ କାର୍ଯ୍ୟନେଇ ଅଞ୍ଚଳରୁ ଶତାଧିକ ମହିଳା, ପୁରୁଷ, ଛାତ୍ରଛାତ୍ରୀ ମୋହନାକୁ ଆସିଥାନ୍ତି। ଏହି ମୋହନା ବଜାର ରାସ୍ତାଟି ସଂକିର୍ଣ୍ଣ ଏବଂ ଅଧପନ୍ତରିଆଭାବେ ପଡିରହିଥିବା ଯୋଗୁଁ ଯାନ ବାହାନ ଯାତାୟତରେ ବାଧା ସୃଷ୍ଟି ହେବାସହ ଯାତ୍ରୀବାହି ଯାନ ଗୁଡିକ ପାଇଁ ବସଷ୍ଟାଣ୍ଡ ମଧ୍ୟ ଅଧପନ୍ତରିଆ ଭାବେ ରହିଥିବାରୁ ରାସ୍ତାରେ ହିଁ ଗାଡି ଗୁଡିକୁ ପାର୍କିଙ୍ଗ କରାଯାଉଛି। ଫଳରେ ଟ୍ରାଫିକ ସମସ୍ୟା ଦେଖାଦେବା ସହ ଦୈନିକ ଛୋଟ ବଡ ଦୃଘଟଣାମାନ ଘଟୁଥିବା ନଜର ଆସୁଛି । ପୁଲିସ ପ୍ରଶାସନ ପକ୍ଷରୁ ହୋମଗାର୍ଡ ମାନଙ୍କୁ ପ୍ରତ୍ୟେକ ଛକରେ ନିୟୋଯିତ କରି ଟ୍ରାଫିକ ନିୟନ୍ତ୍ରଣ କରାଯାଉଥିଲେ ମଧ୍ୟ ସମସ୍ୟା ସୁଧୁରିବାର ନା ଧରୁନାହିଁ। ଅପରପକ୍ଷେ ବେଆଇନ ଭାବେ ରାସ୍ତା ଜମିକୁ ଅଧିକରଣ କରି ବ୍ୟବସାୟ ଚଳାଉଥିବା କିଛି ଉଠାଦୋକାନୀମାନଙ୍କୁ ଉଚ୍ଛେଦ ପ୍ରକ୍ରିୟା ହୋଇପାରି ନଥିବା ଯୋଗୁଁ ମୋହନା ବଜାର ରାସ୍ତା ପ୍ରଶସ୍ତିକରଣ ପାଇଁ ବାଧା ସୃଷ୍ଟି ହୋଇଛି। ଠିକାଦାର ବର୍ଷେ ହେଲା ମନମୁଖୀ ଭାବେ ଅଧପନ୍ତରିଆ ରାସ୍ତା କାମ ଓ ବିଦ୍ୟୁତ ଖୁଣ୍ଟ ଗୁଡିକୁ ସ୍ତାନାନ୍ତର କରି ନଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଛି। ରାସ୍ତାରେ ଯାନବାହାନ ଯିବା ଆସିବା ବେଳେ ଧୁଳି ଉଡି ମୋହନା ସହର ଧୂସରିତ ହେଇଯାଉଛି। ସାଧାରଣ ଲୋକଙ୍କ ଶ୍ୱାସକ୍ରିୟାରେ ଧୁଳି ପଶି ବହୁ ଲୋକ ହୃଦଘାତ ଜନିତ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। କେବେ ରାସ୍ତା କାମ ସରିବ ତାହା ଦେଖିବାକୁ ବାକି ରହିଲା। ଏ ସମ୍ପର୍କରେ ପୁର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ରଙ୍କୁ ପଚାରିବାରୁ ଠିକାଦାରଙ୍କ ବେଖାତିରି ମନଭାବ ଯୋଗୁଁ କାର୍ଯ୍ୟରେ ଏଭଳି ସମସ୍ୟା ଉପୁଜିଛି। ଅଳ୍ପ ଦିନ ମଧ୍ୟରେ ନୂତନ ଠିକାଦାରଙ୍କ ମାଧ୍ୟମରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ରାସ୍ତା ପ୍ରସସ୍ତିକରଣ କରିବା ସହିତ ଟ୍ରାଫିକ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories