www.samajalive.in
Monday, December 15, 2025
15.1 C
Bhubaneswar

ସମବାୟ ବ୍ୟାଙ୍କିଂ ସେବା ଓ ରୁଣ କର୍ମଶାଳା

ଚାନ୍ଦିପୁଟ: ଗ୍ରାମାଞ୍ଚଳର ଚାଷୀଙ୍କୁ ସହଜ ଓ ସୁବିଧା ମାଧ୍ୟମରେ ବ୍ୟାଙ୍କିଂ ସେବା ଓ ରୁଣ ଯୋଗାଇଦେବା ଲକ୍ଷରେ ମୋହନା ବ୍ଲକର ଚନ୍ଦ୍ରଗିରି ବୃହଦାଗାର ଆଦିବାସୀ ବହୁମୂଖୀ ସମବାୟ ସମିତି ଲିଃ ପକ୍ଷରୁ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଓ ବାଘମାରି ଠାରେ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ରୁଣ କର୍ମଶାଳା ପୃଥକ ପୃଥକ ସ୍ଥାନରେ ଅନୁଷ୍ଠିତ ‌ହୋଇଯାଇଛି । ସଉରା ବୃହଦାଗାର ବହୁମୁଖି ସମବାୟ ସମିତିର ସଭାନେତ୍ରୀ ନର୍ମଦା ଦଳେଇଙ୍କ ସଭାପତିତ୍ବରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଆର ଉଦୟଗିରି ବିସିସି ବ୍ୟାଙ୍କ ମେନେଜେର ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ମୋହନା ବ୍ଲକ ସହକାରୀ କୃଷି ଅଧିକାରୀ ଭବେନ୍ଦ୍ର ମୁର୍ମୁ ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ପ୍ରାଣୀ ସମ୍ପଦ ବିଭାଗୀୟ ଅଧିକାରୀଣି ଡଃ ସଂଗ୍ୟା ସତୁରୁପା ଷଡ଼ଙ୍ଗୀ, ଆତ୍ମା ଚେୟାରମେନ ଗୈ।ରୀ ଶଙ୍କର ପ୍ରଧାନୀ, କୃଷି ଗ୍ରାମ ସେବକ କୈଳାସ ଚନ୍ଦ୍ର ଭୁଆଁଙ୍କ ଅଗ୍ରଣୀ ଚାଷୀ କାମଦେବ ବଡନାୟକ ପ୍ରମୁଖ ଯୋଗଦେଇ କାର୍ୟ୍ୟକ୍ରମର ମହତ ଉଦେଶ୍ୟ ତଥା ଚାଷୀ ମାନେ ସାହୁକାର ରୁଣ ଅପେକ୍ଷା ସମବାୟ ବ୍ୟାଙ୍କ ସେବା ଆପଣେଇବାକୁ ସଚେତନ କରିଥିଲେ। ସରକାରଙ୍କ ପକ୍ଷରୁ ବିନା ସୁଧରେ ୧ ଲକ୍ଷ ଟଙ୍କା ଯାଏଁ ରୁଣ ଉପଯୁକ୍ତ ବିନିଯୋଗ ସହ ସ୍ୱଳ୍ପ , ମଧ୍ୟମ ଓ ଦୀର୍ଘମିଆଦି ଯୋଜନାର ଲାଭ ଉଠେଇବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅଞ୍ଚଳର ଶତାଧିକ ଚାଷୀ ହିତାଧିକାରୀ ମାନେ ଯୋଗଦେଇଥିବା ବେଳେ ସମବାୟ ସମିତିରେ ନୂତନ ସଭ୍ୟ ଭାବେ ପଞ୍ଜିକୃତ ହୋଇଥିବା ୫୦ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ କିଶାନ କ୍ରେଡିଟ୍ କାର୍ଡ ବଣ୍ଟନ କରାଯାଇଥିଲା । ଚନ୍ଦ୍ରଗିରି ସଉରା ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ ସଞ୍ଜିବ ଦଳାଇ ପରିଚାଳନା କରିଥିଲେ । ସେହିପରି ବାଘମାରି ପଞ୍ଚାୟତ ଠାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ବାଘମାରି ସରପଞ୍ଚ ଜୟସେନ ଶବରଙ୍କ ସମେତ ୱ।ର୍ଡ ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories