www.samajalive.in
Wednesday, December 10, 2025
23.1 C
Bhubaneswar

ବିବିସିର ୧୦୦ ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ତାଲିକାରେ ‘ପଥେର ପାଞ୍ଚାଲୀ’

ନୂଆଦିଲ୍ଲୀ : ବିବିସି ପକ୍ଷରୁ ପ୍ରସ୍ତୁତ ବିଶ୍ୱର ୧୦୦ଟି ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ତାଲିକାରେ ସ୍ଥାନ ପାଇଛି ‘ପଥେର ପାଞ୍ଚାଲୀ’। ଏହି ଚଳଚ୍ଚିତ୍ର ସତ୍ୟଜିତ ରାୟଙ୍କ ଦ୍ୱାରା ୧୯୫୫ରେ ନିର୍ମିତ। ବିବିସି ସଂସ୍କୃତି ପକ୍ଷରୁ ଏକବିଂଶ ଶତାବ୍ଦୀରେ ଶ୍ରେଷ୍ଠ ୧୦୦ଟି ବିଦେଶୀ ଚଳଚ୍ଚିତ୍ର ଚୟନ କରିବା ନିମନ୍ତେ ୪୩ଟି ଦେଶର ୨୦୯ଜଣ ସମୀକ୍ଷକଙ୍କ ମତାମତ ସଂଗ୍ରହ କରାଯାଇଥିଲା। ନିକଟରେ ପ୍ରକାଶିତ ଏହି ତାଲିକାରେ ଜାପାନର ଅକିରା କୁରୋସାୱାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ସେଭେନ୍‍ ସାମୁରାଇ’ ଶୀର୍ଷସ୍ଥାନ ଦଖଲ କରିଛି। ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ଭାବେ ‘ପଥେର ପାଞ୍ଚାଲି’ ତାଲିକାର ୧୫ତମ ସ୍ଥାନରେ ରହିଛି। ତାଲିକାରେ ୨୪ଟି ଦେଶର ୧୯ଟି ଭାଷାରେ ୬୭ଜଣ ନିର୍ଦେଷକଙ୍କ ଦ୍ୱାରା ପ୍ରସ୍ତୁତ ଚଳଚ୍ଚିତ୍ର ସ୍ଥାନଲାଭ କରିଛି। ୨୭ଟି ଫରାସୀ, ୧୨ଟି ମାଣ୍ଡାରିନ୍‍ ଏବଂ ୧୧ଟି ଲେଖାଏଁ ଇଟାଲୀୟ ଓ ଜାପାନୀ ଭାଷାରେ ପ୍ରସ୍ତୁତ ଚଳଚ୍ଚିତ୍ର ତାଲିକାରେ ସ୍ଥାନିତ ହୋଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories