www.samajalive.in
Monday, December 15, 2025
16.1 C
Bhubaneswar

ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଲାଞ୍ଜିଗଡ଼: ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ଼ ବ୍ଲକ ଶାଖା ତରଫରୁ ବିଶ୍ବରତ୍ନ ବାବା ସାହେବ ଡ. ବି.ଆର୍ ଆମ୍ବେଦକରଙ୍କ ୧୩୨ତମ ଜନ୍ମଜୟନ୍ତୀ ଅବସରରେ ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ଼ ବ୍ଲକ ଶାଖାର ସଭାପତି ଜଗଦୀଶ ବେନିଆଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଫେଡେରେସନର ଜିଲ୍ଲା ସଂପାଦକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ତାଣ୍ଡି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଫେଡେରେସନର ପ୍ରତିଷ୍ଠାତା ସଦସ୍ୟ ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ, ମୂରଲୀ ନାଏକ, ଗୋବିନ୍ଦ ନାଏକ, ମୂରଲୀ ବାତ୍ରା, ପାଇକୁ ବାଗ, ବିକ୍ରମ ଛତ୍ରିଆ, ମଳୟ ବେନୁଆଁ, ପ୍ରଶାନ୍ତ ଗରଡିଆ, ଲବାଙ୍ଗସୁର ବାଗ, ଫଗୁଲାଲ ହରପାଲ ପ୍ରମୁଖଙ୍କ ସମେତ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ବହୁ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।ଏଥିରେ ଫେଡେରେସନର ବ୍ଲକ ଶାଖାର ଉପସଭାପତି ହରିହର କୁମାର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏଇ ଅବସରରେ ଆସନ୍ତା ୧୪ ତାରିଖ ଦିନ ସମଗ୍ର ମାନବସମାଜର ତ୍ରାଣକର୍ତ୍ତା ତଥା ବିଶ୍ବରତ୍ନ ବାବାସାହେବ ଡ. ବି.ଆର୍ ଆମ୍ବେଦକରଙ୍କ ୧୩୨ତମ ଜନ୍ମଜୟନ୍ତୀକୁ ମହାସମାରୋହରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ବ୍ଲକର ୨୬ଟି ପଞ୍ଚାୟତରୁ ଫେଡେରେସନର ପଞ୍ଚାୟତ ଶାଖାର ସଦସ୍ୟ, ଯୁବକ, ମହିଳା ଓ ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଆୟୋଜନ କମିଟି ତଥା ଫେଡେରେସନ ବ୍ଲକ ଶାଖା ତରଫରୁ ସୂଚନା ମିଳିଛି। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର କରୁଆଁ, ଅରୁଣ ଛତ୍ରିଆ, ସୁଶୀଲ ବିଭାର, ଈଶ୍ବର ରମେଶ ତାଣ୍ଡି, ଫଗୁଲାଲ ହରପାଲ, ଦିଗାମ୍ବର ଛତ୍ରିଆ, ଚକ୍ରଧର ସୁନା, ଗଗନ ବିଭାର, ସୁନୀଲ ସୁନା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories