www.samajalive.in
Sunday, December 14, 2025
17.1 C
Bhubaneswar

ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ହସ୍ତକ୍ଷେପକୁ ବରଦାସ୍ତ କରାଯିବନି

ନୂଆଦିଲ୍ଲୀ : ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ରାଷ୍ଟ୍ରଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି ଗୁରୁବାର ମତ ରଖିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ନଜର ରଖାଯାଇଥିବା ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ମତପ୍ରଦାନ ପରିପ୍ରେକ୍ଷୀରେ ରିଜିଜୁ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଛାଡ଼ି ଏପରି ମତ ଦେଇଛନ୍ତି। ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଥିବାରୁ ଦେଶର ଆଭ୍ୟନ୍ତରୀୟ ବ୍ୟାପାରରେ ବିଦେଶୀ ଶକ୍ତିଙ୍କୁ ହସ୍ତକ୍ଷେପ କରିବାର ସୁଯୋଗ ମିଳିବ ନାହିଁ ବୋଲି ରିଜିଜୁ ଦର୍ଶାଇଛନ୍ତି।
ରାହୁଲଙ୍କ ସାଂସଦ ପଦ ରଦ୍ଦ ନେଇ ଜର୍ମାନୀ ବୈଦେଶିକ ବିଭାଗ ମୁଖପାତ୍ର କହିଥିଲେ ଏହାକୁ ନେଇ ଭାରତରେ ଯେଉଁ ରାଜନୈତିକ ସ୍ଥିତି ଉତ୍ପନ୍ନ ହୋଇଛି ତାହା ଉପରେ ଜର୍ମାନୀ ନଜର ରଖିଛି। ସାଂସଦ ପଦ ରଦ୍ଦ ରାୟ ବିରୋଧରେ ରାହୁଲ ଉଚ୍ଚ ଅଦାଲତରେ ଆବେଦନ କରିବାର ସମ୍ଭାବନା ରହିଛି। ଭାରତୀୟ ବିଚାର ବିଭାଗର ସ୍ବାଧୀନତା ଓ ଗଣତାନ୍ତ୍ରିକ ମୌଳିକ ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ବିଚାର ହେବ ବୋଲି ଜର୍ମାନୀ ଆଶା ରଖିଛି। ଜର୍ମାନୀ ବୈଦେଶିକ ବିଭାଗ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ମନ୍ତବ୍ୟକୁ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ସ୍ବାଗତ କରିଥିଲେ। ଏହାକୁ ନେଇ ଦିଗ୍‌ବିଜୟଙ୍କୁ ବିଜେପିର ଅନେକ ନେତା ସମାଲୋଚନା କରିଥିଲେ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ନିଜ ପ୍ରତିକ୍ରିୟା​‌ରେ କହିଥିଲେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ନେତାମାନେ ଗଣତାନ୍ତ୍ରିକ, ରାଜନୈତିକ ଓ ଆଇନଗତ ଲଢ଼େଇରେ ବିଶ୍ବାସ ରଖନ୍ତି ନାହିଁ। ତେଣୁ ସେମାନେ ଦେଶର ଅାଭ୍ୟନ୍ତରୀଣ ମାମଲାରେ ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପ ଆଶା ରଖିଛନ୍ତି। ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଏହି ଦଳ ପୂର୍ବରୁ ଦେଶର ଆଭ୍ୟନ୍ତରୀଣ ମାମଲାରେ ବିଦେଶୀ ରାଷ୍ଟ୍ରମାନଙ୍କୁ ହସ୍ତକ୍ଷେପ କରିବାର ସୁଯୋଗ ଦେଇଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ଏହା ସମ୍ଭବପର ନୁହେଁ ବୋଲି ସେମାନଙ୍କୁ ମନେ ରଖିବାକୁ ପଡ଼ିବ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories