www.samajalive.in
Monday, December 15, 2025
16.1 C
Bhubaneswar

କୃଷକଙ୍କୁ ସମ୍ମାନ ମିଳିଲେ ସମବାୟ ଆନ୍ଦୋଳନ ସଫଳ ହେବ

କଲମପୁର: କୃଷି ଓ କୃଷକର ଉନ୍ନତି ପାଇଁ ସରକାର କରୁଛନ୍ତି ଯୋଜନା ପରେ ଯୋଜନା। କୃଷକ ଦେଶର ମେରୁଦଣ୍ଡ। ନିଜେ ମୁଣ୍ଡ ଝାଳ ତୁ୍ଣ୍ଡରେ ମାରି ଯେଉଁ କଷ୍ଟ କରି ଫସଲ ଉତ୍ପାଦିତ କରେ ସେଥିରେ ଲୋକଙ୍କୁ ଖାଦ୍ୟ ଯୋଗାଏ। ଦେଶର ଅର୍ଥନୈତିକ ବିକାଶ ହେଇଥାଏ। କିନ୍ତୁ ଅନେକ କ୍ଷେତ୍ରରେ କୃଷକ ଅବହେଳିତ। କିନ୍ତୁ କୃଷକ କେବେ ପ୍ରତିବାଦ କରେ ନାହିଁ। ନିଜ ସ୍ୱାଭିମାନକୁ ଜଳାଞ୍ଜଳି ଦିଏ ନାହିଁ। କୃଷକଙ୍କ ଉନ୍ନତି ପାଇଁ ସମବାୟ ଆନ୍ଦୋଳନ।

ଏହି ଆନ୍ଦୋଳନରୁ ଗଠିତ ହେଇଥିଲା ସମବାୟ ସମିତି। ସ୍ୱାଭିମାନି କୃଷକଙ୍କୁ ସମ୍ମାନ ମିଳିଲେ ଏହି ସମବାୟ ଆନ୍ଦୋଳନ ସଫଳ ହେବ ବୋଲି କଲମପୁର ପ୍ରାଥମିକ କୃଷି ସମବାୟ ସମିତି ଆନୁକୂଲ୍ୟରେ ଆୟୋଜିତ ବ୍ୟାଙ୍କ ସେବା ଓ ଋଣମେଳା କର୍ମଶାଳାରେ ଯୋଗ ଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ। ରାଜ୍ୟ ସରକାର ଏହି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ·ଷୀଙ୍କୁ ·ଷ କାର୍ଯ୍ୟ ପାଇଁ ଋଣ ଯୋଗାଉଛନ୍ତି। ଏପରିକି ବିନା ସୁଧରେ ·ଷୀଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଏବଂ ୩ ପ୍ରତିଶତ ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଥିବା ନେଇ ·,ୀଙ୍କୁ ସଚେତନ କରାଯାଇଥିଲା।

- Advertisement -

ସେହିଭଳି ଭୂମିହୀନ, ଭାଗ ·ଷୀ ଙ୍କୁ ମଧ୍ୟ ବଳରାମ ଯୋଜନାରେ ଋଣ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବା ଚାଷୀଙ୍କୁ ସଚେତନ କରାଯାଇଥିଲା। କେବଳ ଧାନ ଚାଷ ନୁହେଁ, ଗୋ ପାଳନ, ଛେଳି ମେଣ୍ଢା, ବତକ, କୁକୁଡା, ମାଛ ଚାଷ ଆଦି ପାଇଁ ସମବାୟ ସମିତି ମାଧ୍ୟମରେ ଋଣ ଯୋଗାଇ ଚାଷୀ ଏବଂ ମହିଳା ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରାଯାଉଥିବା ମଞ୍ଚାସୀନ ଅତିଥି ମାନେ ବୁଝାଇଥିଲେ। ଚାଷୀ ମାନଙ୍କ ତରଫରୁ ଧାନ ବିକ୍ରି ସମୟରେ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଚାଷ ପାଇଁ ଏକର ପ୍ରତି ୨୭୫୦୦ ଟଙ୍କାରୁ ୪୦ ହଜାର ପର୍ଯ୍ୟନ୍ତ ଋଣ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ।

ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ତ୍ରିଭୁବନ ପ୍ରଧାନୀଙ୍କ ଆବାହନ ଏବଂ ସଭାପତି ଶଙ୍କର୍ଶଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଭବାନିପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଗିିରିଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମବାୟ ସମିତି ସମୂହର ଉପନିବନ୍ଧକ ପ୍ରମୋଦ କୁମାର ସାହୁ, ଜୁନାଗଡ ଆତ୍ମା କମିଟିର ଅଧ୍ୟକ୍ଷ ଅଶୋକକୁମାର ପଟ୍ଟନାୟକ, କଲମପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାନେତ୍ରୀ ମଞ୍ଜୁକ୍ତା ସାହୁ, ପୂର୍ବତନ ସଭାପତି ଗୋପ ବନ୍ଧୁ ପଣ୍ଡା, କଲମପୁର ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, କେନ୍ଦ୍ର ସମବାୟ ବ୍ୟାଙ୍କ କଲମପୁର ଶାଖା ପରି·ଳକ ରଘୁନାଥ ନାଏକ ପ୍ରସାଦ, ଦେପୁର ସମିତି ସଭ୍ୟା ବୁଦ୍ଧଦେଈ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମବାୟ ସମିତିର ସମସ୍ତ ନିର୍ଦେଶିକାଙ୍କ ସମେତ ଅଂଚଳର ସମସ୍ତ ଜନ ପ୍ରତିନିଧି, କଲମପୁର ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ଥିବା ପାତ୍ରବସା, ପଣ୍ଡିଗାଁ, ବରଦୋଓଳି, ପୋଟେସ, ପାଜେନ ପାର୍କିଗୁଡା, ଗୁମାବାହାଲ, ବିରିପୁର, ମଟିଖାଲ, କର୍ମେଲ, ଜାମପଡା, କସାବାହୀ, ବରଗାଁ, ଶାଗବାରୀ, ଗଞ୍ଜେଇଗୁଡା, ଘୋଡାହନ୍ଧା, ଇଛାପୁର, ବାବୁକେନ୍ଦୁଗୁଡା, ବାଲିଛଡା, ଘର୍ଲା, କଦଳୀଚୁଆଁ, ଦେପୁର, ବଙ୍କାପଲା ଆଦି ଗ୍ରାମର ଚାଷୀ ଏବଂ ମହିଳା ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ୩୦ ଜଣ ଚାଷୀଙ୍କ କୃଷି ଋଣ ମଞ୍ଜୁର କରାଯାଇ ସେମାନଙ୍କ ବ୍ୟାଙ୍କ ଜମାଖାତାରେ ଜମା କରାଯାଇଥିଲା। ଏହି କର୍ମଶାଳା ଆୟୋଜନରେ ପ୍ରାଥମିକ କୃଷି ସମବାୟ ସମିତିର ନଗେନ୍ଦ୍ର କୁମାର ନେଗୀ, କ୍ଷେତ୍ର ମୋହନ ବାଗ, ଉଗ୍ରେସେନ ବାଗ, ଦୁର୍ଗା ପ୍ରସାଦ ନାଏକ, କ୍ଷିରୋଦ ନାଏକ, ତାପସ କୁମାର ନାଏକ, ଜୟନ୍ତ କୁମାର ବାଗ ପ୍ରମୁଖ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories