www.samajalive.in
Monday, December 15, 2025
16.1 C
Bhubaneswar

ବୃକକ୍‌ ପ୍ରତିରୋପଣ ରୋଗୀଙ୍କ ଦାବି-ବରିଷ୍ଠ ଡାକ୍ତର ନିଯୁକ୍ତି କର, ଔଷଧ ଦିଅ; ନଚେତ୍‌ ଆତ୍ମାହୂତି

ଭୁବନେଶ୍ବର : ଏଣିକି ଆଉ ଧାରଣା ନୁହେଁ; ପିଏମ୍‌ଜିରେ ଆତ୍ମାହୁତି ଦେବୁ। ଏଭଳି କହିଛନ୍ତି ଓଡ଼ିଶା ବୃକକ୍‌ ପ୍ରତିରୋପଣ ରୋଗୀ ସଂଘ ସମ୍ପାଦିକା ଜୟଶ୍ରୀ ବେହେରା। ବିଭାଗୀୟ କର୍ତ୍ତୃପକ୍ଷ ରାଜ୍ୟବାସୀଙ୍କୁ ଭୁଲ୍‌ ତଥ୍ୟ ଦେଇଛନ୍ତି। ଯାହାକି ସୂଚନା ଅଧିକାର ବଳରେ ହସ୍ତଗତ ତଥ୍ୟରୁ ଜଣାପଡ଼ିଛି। ତତ୍କାଳୀନ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ରାଜ୍ୟରେ ମୋଟ ୧୮୭ ରୋଗୀ ବୃକକ୍‌ ପ୍ରତିରୋପଣ କରିଥିବାବେଳେ ସେଥିରୁ ୬୫ଜଣଙ୍କ ମୃତ୍ୟୁ ହୋଇଛି। ହେଲେ ସୂଚନା ଅଧିକାର ବଳରେ ହସ୍ତଗତ ତଥ୍ୟ ଅନୁସାରେ ମୋଟ ୧୯୦ ରୋଗୀରୁ ୪୫ ଜଣଙ୍କ ମୃତ୍ୟୁ ହୋଇଛି।

 

- Advertisement -

ସେହିପରି ସ୍ବାସ୍ଥ୍ୟ ସଚିବ କହିଥଲେ ଯେ, ରାଜ୍ୟରେ ମୋଟ ୮ ନେଫ୍ରୋଲୋଜିଷ୍ଟ ଅଛନ୍ତି; ମାତ୍ର ହସ୍ତଗତ ତଥ୍ୟ ଅନୁସାରେ ଦୁଇଜଣ ଅଛନ୍ତି। ବର୍ତ୍ତମାନ ଏସ୍‌ସିବିରେ ଚିକିତ୍ସା ମିଳୁନଥିବାରୁ କଲକାତା ଆରଏନଟିରେ ଅନେକ ରୋଗୀ ଚିକିତ୍ସିତ ହେଉଛନ୍ତି। ତୁରନ୍ତ ଚିକିତ୍ସା ପାଇଁ ପ୍ରଫେସର ନିଯୁକ୍ତି ସହିତ ଔଷଧ ଦେବାକୁ ଦାବି କରିଛି ସଂଘ। ଯଦି ସରକାର ଏଦିଗରେ କୌଣସି ନିଷ୍ପତ୍ତି ନନିଅନ୍ତି ତେବେ ଆଉ ଧାରଣା ନୁହେଁ ଲୋୟର ପିଏମ୍‌ଜିରେ ଆତ୍ମାହୁତି ଦେବୁ ବୋଲି ସେ ଚେତାବନୀ ଦେଇଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories