www.samajalive.in
Saturday, December 13, 2025
21.1 C
Bhubaneswar

ଟ୍ରାକ୍ଟର ଚାପାରେ ଯୁବକ ମୃତ

ସମ୍ବଲପୁର: ସମ୍ବଲପୁରର ଦୁର୍ଗାପାଲି ଠାରେ ଶନିବାର ଦିନ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମର୍ମଦୁନ୍ତ ମୃତ୍ୟୁ ହୋଇଯାଇଛି। ମଧ୍ୟାହ୍ନରେ ରିଂ ରୋଡରେ କାନିଜୁରୀ ଅଞ୍ଚଳ ନିବାସୀ ଅର୍ନ୍ତଯାମୀ କନ୍ଧ (୩୫) ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ମୋଟର ସାଇକେଲରେ ଦୁର୍ଗାପାଲି ପଟକୁ ଯାଉଥିଲେ। ସେହି ସମୟରେ ଦୁର୍ଗା ମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଅଚାନକ ଏକ ଟ୍ରାକ୍ଟର ପଛରୁ ଆସି ଉକ୍ତ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ପଛରେ ବସିଥିବା ଅର୍ନ୍ତୟାମୀ କନ୍ଧ ତଳକୁ ଖସି ରାସ୍ତାରେ ପଡ଼ି ଯାଇଥିଲେ ଏବଂ ଟ୍ରାକ୍ଟରର ଚକ ତଳେ ଆସିଯାଇଥିଲେ। ଫଳରେ ଟ୍ରାକ୍ଟରଟି ତାଙ୍କର ମୁଣ୍ଡ ଉପରେ ଚଢ଼ିଯିବାରୁ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଅଞ୍ଚଳବାସୀ ରାସ୍ତାରୋକ କରି ଦେଇଥିଲେ। ଖବର ପାଇ ସଦର ଏସଡିପିଓ ପ୍ରଦୀପ ସାହୁଙ୍କ ନେତୃତ୍ୱରେ କ୍ଷେତରାଜପୁର ଥାନାଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ବହୁ ବୁଝାସୁଝା ପରେ ପ୍ରାୟ ୧ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସନ୍ଧ୍ୟା ସମୟରେ ଶବ ପରିବାରବର୍ଗଙ୍କୁ ହସ୍ତାନ୍ତରିତ କରିଛି। ଶବ ହସ୍ତାନ୍ତର ପରେ ପୁର୍ନବାର ଅଞ୍ଚଳବାସୀ କ୍ଷତିପୂରଣ ନିମନ୍ତେ ରାସ୍ତରୋକ କରିଥିଲେ।

ପୁଲିସର ସୂଚନାନୁଯାୟୀ, ଏହି ଘଟଣାରେ କ୍ଷେତରାଜପୁର ଥାନାରେ ମାମଲା ସଂଖ୍ୟା ୮୬/୨୦୨୩ ରୁଜୁ କରାଯାଇ ଅଭିଯୁକ୍ତ ଟ୍ରାକ୍ଟର ଚାଳକ ଙ୍କୁ ଅଟକ ରଖାଯାଇଛି। ଏଥି ସହ ମୋଟର ସାଇକେଲ ଓ ଟ୍ରାକ୍ଟର କୁ ଜବତ କରାଯାଇ ଥାନାରେ ରଖାଯାଇଛି। ସୂଚନାଯୋଗ୍ୟ ଯେ, ସମ୍ବଲପୁର ତଥା ଜିଲାର ପ୍ରାୟତଃ ସମସ୍ତ ସ୍ଥାନରେ ଅନେକ ଟ୍ରାକ୍ଟର ଚାଳକ ଙ୍କ ଲାଇସେନ୍ସ ନ ଥିବା ବେଳେ ସେମାନେ ଅତ୍ୟନ୍ତ ବେପାରୁଆ ଭାବରେ ସହରାଞ୍ଚଳ ଓ ଭିଡ ଅଞ୍ଚଳରେ ଗାଡି ଚଳାଉଥିବାର ଦେଖାଯାଉଛି। ଏଥି ସହ ନୋ ଏନ୍ଟ୍ରି ସମୟରେ ମଧ୍ୟ ବିନା ରୋକଟୋକରେ ଓଭର ଲୋଡିଂ ନେଇ ପୁଲିସ ଓ ଟ୍ରାଫିକ ସମ୍ମୁଖରେ ସହର ମଧ୍ୟରେ ଘୂରି ବୁଲୁଛନ୍ତି। ତେବେ ପୁଲିସ ଓ ଟ୍ରାଫିକଙ୍କୁ ତାହା ଦେଖାଯାଉନାହିଁ। ଅଥଚ ସାଧାରଣ ଜନତା ଉପରେ ଜରିମାନା କାଟି ସରକାରୀ ରାଜସ୍ୱ ଲକ୍ଷ୍ୟ ଆଦାୟ କରାଯାଉଛି।

Hot this week

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories