ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁମା ଗ୍ରାମରେ ଆଜି ଜଣେ ବୃଦ୍ଧା ଜଙ୍ଗଲକୁ ମହୁଲ ଗୋଟାଇବା ପାଇଁ ଯାଇଥିବା ବେଳେ ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି। ସୂଚନା ପ୍ରକାରେ ଶନିବାର ଭୋର ସମୟରୁ ବନ୍ଧାଗୁଡା ଗ୍ରାମର ବବୁରୁବହନ ମଳିକ (୮୦) ମହୁଲ ଫୁଲ ଗୋଟାଇବା ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ। ସେଠାରେ ମହୁଲ ଗୋଟାଇବା ବେଳେ ମହୁଲ ଗଛରେ ବସା ବାନ୍ଧିଥିବା ବାଘୁଆ ମହୁମାଛି ଗୋଡ଼ାଇ ଗୋଡାଇ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲା।ଫଳରେ ବୃଦ୍ଧା ଜଣକ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ବୃଦ୍ଧାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
Popular Categories



