www.samajalive.in
Monday, December 15, 2025
15.1 C
Bhubaneswar

କାନାଡାରେ ଖାଲିସ୍ତାନୀ ସମର୍ଥକ ମହାତ୍ମାଗାନ୍ଧୀଙ୍କର ମୂର୍ତ୍ତୀକୁ କଲେ ବିକୃତ

ଟୋରେଣ୍ଟ – କାନାଡାରେ ଖାଲିସ୍ତାନୀ ସମର୍ଥକମାନେ ଗୁରୁବାରରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତୀକୁ ବିକୃତ କରିବା ସହ ଏଥିରେ ଖାଲିସ୍ତାନୀ ଚିହ୍ନ ବନାଇଥିବାର ଭିଡିଓ ବିଭିନ୍ନ ସୋସିଆଲ୍‌ ମଡିଆରେ ଘୂରିବୁଲୁଛି । ଖାଲିସ୍ତାନୀ ସମର୍ଥକମାନେ କାନାଡାର ଓଟାରିୟୌର ହମିଲ୍‌ଟିନ୍‌ର ସିଟିହଲ୍‌ ନିକଟରେ ଥିବା ୬ ଫୁଟର ପ୍ରତିମାରେ ବିଭିନ୍ନ ରଙ୍ଗ ସ୍ପ୍ରେ କରି ଏହାକୁ ବିକୃତ କରିଥିଲେ ।

ଏହାପରେ ସେମାନେ ସେଥିରେ ଖାଲିସ୍ତାନ ଚିହ୍ନ ତିଆରି କରିଥିଲେ । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଧିକାରୀମାନେ ମହାତ୍ମାଙ୍କ ଏହି ପ୍ରତିମୂର୍ତ୍ତିକୁ ସଫା କରିବା ସହ ସେଠାରେ ଉପସ୍ଥିତ ଥିବା ସମସ୍ତ ଖାଲିସ୍ତାନ ସମର୍ଥକଙ୍କୁ ଘଉଡାଇ ଦେଇଥିଲେ । ଏହାର ଅଭିଯୋଗ ମିଳିବା ପରେ ସ୍ଥାନୀୟ ପ୍ରଶାସନ ଏହାର ତଦନ୍ତ କରୁଛି । ସେହିପରି କାନାଡାରେ ଥିବା ବିଭିନ୍ନ ମନ୍ଦିର କାନ୍ଥ ଉପରେ ଭାରତ ବିରୋଧି ମନ୍ତବ୍ୟ ଖାଲିସ୍ତାନୀ ସମର୍ଥକମାନେ ଲେଖିଥିବା ଦେଖିବା ପାଇଁ ମିଳିଛି ।
ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories