ନବରଙ୍ଗପୁର: ଗୁରୁଵାର ଦିନ ସ୍ଥାନୀୟ ମେଦ୍ରୀସାହି ସ୍ଥିତ ସରସ୍ୱତୀ ଶିଶୁ ଜ୍ଞାନ ମନ୍ଦିର ଠାରେ ସହୀଦ ଦିବସ ପାଳନ କରାଯାଇଥିଲା। ୧୯୨୩ ମସିହା ମାର୍ଚ୍ଚ ୨୩ ଦିନ ଭଗତ ସିଂହ, ସୁଖଦେବ ଥାପର ଓ ଶିବରାମ ରାଜଗୁରୁଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ସହକାରୀ ପରିଚାଳକ ଶୁଭମ କର ଓ ଜୟପୁର ଷ୍ଟେସନ ମାଷ୍ଟର ରବୀନ୍ଦ୍ର କୁମାର ନନ୍ଦ ଯୋଗ ଦେଇ ଶିଶୁ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଶ୍ରୀ ନନ୍ଦ କହିଲେ ଯେ, ଏହି ବୀର ପୁରୁଷମାନଙ୍କ ଲାଗି ଆମେ ଆଜି ସ୍ୱାଧିନତା ଲାଭ କଲୁ। ତେଣୁ ଆମେ ସେହି ପରିବାରର ଦାୟାଦ ହେବାକୁ କହିଥିଲେ। ରବି ଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ୨୦୦ ଜଣ ଛାତ୍ରଛାତ୍ରୀ ଯୋଗଦେଵା ସହିତ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ।
Popular Categories



