www.samajalive.in
Sunday, December 14, 2025
23.1 C
Bhubaneswar

ଚକଖଡିରେ ନିର୍ମିତ ‘ସେଭ୍ ଟ୍ରି’ ପ୍ରତିକୃତିକୁ ବନବିଭାଗ ଅଧିକାରୀଙ୍କୁ ପ୍ରଦାନ

ଗୋପାଳପୁର: ଶୀତାଳପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ତଥା ଇମାଜିକ୍ସ କ୍ଲବର ସଦସ୍ୟ କେ ବିଜୟ କୁମାର ରେଡ଼ିଙ୍କ ପକ୍ଷରୁ ଚକଖଡିରେ ଅତି ସୁକ୍ଷ୍ମ ତଥା ସୁନ୍ଦର କାରୁକାର୍ଯ୍ୟରେ ‘ସେଭ୍ ଟ୍ରି’ର ଏକ‌ ପ୍ରତିକୃତି ନିର୍ମାଣ କରି ବ୍ରହ୍ମପୁର ବନପାଳ କାର୍ଯ୍ୟାଳୟରେ ଡ଼ିଏଫଓ ସନି ଖୋଖରଙ୍କୁ ଭେଟି ଉପହାର ସୂରପ ପ୍ରଦାନ କରିଥିଲେ। ବିଜୟଙ୍କ ପକ୍ଷରୁ ୨ ସେମି ଉଚ୍ଚ ବିଶିଷ୍ଟ ୩ଟି ଚକରେ ଏହି ପ୍ରତିକୃତି ଗୁଡିକୁ ମାତ୍ର ୧ ଘଣ୍ଟା ସମୟ ମଧ୍ୟରେ ନିର୍ମାଣ କରିବା ସହ ତାଙ୍କୁ ରଙ୍ଗ ମଧ୍ୟ ଦେଇଥିଲେ। ଏହା ପୂର୍ବରୁ ବିଜୟ ଏହି ପରି ଭାବେ ଚକଖଡି ସୁକ୍ଷ୍ମ କାରିଗରୀ ମାନ ନିର୍ମାଣ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବେଳେ ନିଜ ନାମକୁ ଇଣ୍ଡିଆ ଓ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନିତ କରିପାରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories