www.samajalive.in
Saturday, December 13, 2025
14.1 C
Bhubaneswar

ଘାଜୁୱା-ଇ-ହିନ୍ଦ୍‌‌ ମାମଲା : ୮ସ୍ଥାନରେ ଏନ୍‌‌ଆଇଏ ଚଢଉ

ନୂଆଦିଲ୍ଲୀ :  ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌‌ଆଇଏ) ଗୁରୁବାର ଘାଜୁୱାଇହିନ୍ଦ୍‌‌ ମାମଲାରେ ଦେଶର ୮ଟି ସ୍ଥାନରେ ଚଢଉ କରିଛି । କେବଳ ମହାରାଷ୍ଟ୍ର ନାଗପୁରର ୪ଟି ସ୍ଥାନରେ ଚଢଉ କରାଯାଇଛି । ନାଗପୁରରୁ ଏନ୍‌‌ଆଇଏ ମାମଲା ସହ ଜଡ଼ିତ ବହୁ ମୋବାଇଲ୍‌‌ ଫୋନ୍‌‌ ସହିତ ଡିଜିଟାଲ୍‌‌ ଯନ୍ତ୍ରପାତି ଜବତ କରିଛି । ଗତବର୍ଷ ଜୁଲାଇରେ ଏନ୍‌‌ଆଇଏ ପାକିସ୍ତାନୀ ନାଗରିକ ମାର୍ଘୁ ଅହମ୍ମଦ୍‌‌ ଡାନିସ୍‌‌କୁ ଏହି ମାମଲାରେ ଗିରଫ କରିଥିଲା । ସେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଟିମ୍ ଗଠନ କରି ଏଥିରେ ପାକିସ୍ତାନ, ବାଂଲାଦେଶ, ୟେମେନ୍‌‌ ସମେତ ଭାରତରୁ ବହୁ ଯୁବକଙ୍କୁ ଏଥିରେ ସାମିଲ କରି ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ କରିବାକୁ ଯୋଜନା କରୁଥିଲା। ଏହି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories