www.samajalive.in
Sunday, December 14, 2025
19.1 C
Bhubaneswar

ଯୁବ ସମାଜକୁ ସଶକ୍ତ ଓ ସାଲିସବିହୀନ ମାର୍ଗ ପ୍ରଦାନ କରେ ଶହୀଦ ଭଗତ ସିଂଙ୍କ ବିଚାରଧାରା

ଗୁରୁଡିଝାଟିଆ: ମହାନ ସ୍ୱାଧୀନତା ସଂଗ୍ରାମୀ, ଜାତୀୟ ମୁକ୍ତି ଆନ୍ଦୋଳନର ସାଲିସ ବିହୀନ ଯୋଦ୍ଧା ବୀର ଶହୀଦ୍ ଭଗତ ସିଂ ଏ ଜାତିର ଚିର ବନ୍ଦନୀୟ। ଦେଶ ମାତୃକାକୁ ପରାଧିନତାର ଶୃଙ୍ଖଳରୁ ମୁକ୍ତି ପାଇଁ ନିଜକୁ ତିଳ ତିଳ କରି ଜାଳିଦେଇ ଫାସୀଖୁଣ୍ଟରେ ଝୁଲିଥିଲେ ମଧ୍ୟ ଇଂରେଜଙ୍କ ନିକଟରେ ମଥାନତ କରିନଥିଲେ। ଦେଶ ମାତୃକାକୁ ପ୍ରାଣଭଳି ଭଲପାଇବା ଓ ତାର ମୁକ୍ତି ଥିଲା ଶହୀଦ୍ ଭଗତ ସିଂଙ୍କ ଜୀବନର ବ୍ରତ ଓ ସଂକଳ୍ପ ବୋଲି ଗୋପବନ୍ଧୁ ନର୍ସିଂ କଲେଜ ପକ୍ଷରୁ ଆୟୋଜିତ ଭଗତ ସିଂଙ୍କ ତିରୋଧାନ ଦିବସରେ ଅନୁଷ୍ଠାନର ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତପ୍ରକାଶ କରିଥିଲେ।

ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିସରସ୍ଥ ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ର ପରିସରରେ ଆୟୋଜିତ ତିରୋଧାନ ଉତ୍ସବରେ ଶ୍ରୀ ମିଶ୍ର କହିଥିଲେ, ଶହୀଦ ଭଗତ ସିଂଙ୍କ ବିଚାରଧାରା ,ଯୁବସମାଜ ଭିତରେ ଜାତୀୟତା ପ୍ରେମ ,ଅଖଣ୍ଡତା ଓ ଦେଶ ମାତୃକାକୁ ଭଲପାଇ ଆଗକୁ ବଢାଇଦେବା ଦିଗରେ ଯେପରି ବହ୍ନି ସୃଷ୍ଟି କରେ ଅନୁରୂପ ଭାବେ ଏକ ସମୃଦ୍ଧ ଓ ବିକାଶମୁଖି ରାଷ୍ଟ୍ରରୂପେ ଦେଶକୁ ଗଢିତୋଳିବାରେ ପ୍ରେରଣା ପ୍ରଦାନ କରିଥାଏ ବୋଲି କହିଥିଲେ।

- Advertisement -

ନର୍ସିଂ କଲେଜର ବରିଷ୍ଠ ଶିକ୍ଷକ ବିକ୍ରମ କେଶରୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ନର୍ସିଂ ବିଦ୍ୟାର୍ଥୀ ଦେବଯାନୀ ସ୍ୱାଇଁ,ମିତାଲି ବରାଳ, ସୁଧା ସଞ୍ଜିବନୀ, ସଂଗୀତା ରାଉତ, ଇତିଶ୍ରୀ ପାଟଶାଣୀ ପ୍ରମୁଖ ବୀର ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ବିଚାରଧାରା,ନୀତି ଆଦର୍ଶ ଓ ଜୀବନଚତ୍ର ସଂପର୍କରେ ଆଲୋକପାତ କରିଥିଲେ। ଶହୀଦ ଭଗତ ସିଂ ଙ୍କ ସ୍ୱାଧୀନତା ସଂଗ୍ରାମର ଗାଥା ଓ ଜୀବନଚିତ୍ରକୁ ନେଇ ଆୟୋଜିତ ଜଣାଅଜଣା କାର୍ଯ୍ୟକ୍ରମରେ ଭାଗନେଇଥିବା କୃତୀ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା।ନର୍ସିଂ ବିଦ୍ୟାର୍ଥୀ ଦେବଯାନୀ ସ୍ୱାଇଁ,ମିତାଲି ବରାଳ, ସୁଧା ସଞ୍ଜିବନୀ ,ସଂଗୀତା ରାଉତ,ଇତିଶ୍ରୀ ପାଟଶାଣୀ,ଯାଜ୍ଞସେନୀ ସେଠୀ, ପ୍ରିୟସ୍ମିତା ସ୍ୱାଇଁ, ସ୍ମୃତି ଶତଭିଷା ,କ୍ଷଣପ୍ରଭା ଜେନା, ଶିବାନୀ ଜେନା ପ୍ରମୁଖ ବୀର ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ବିଚାରଧାରା,ନୀତି ଆଦର୍ଶ ଓ ଜୀବନଚତ୍ର ସଂପର୍କରେ ଆଲୋକପାତ କରିଥିଲେ।

ଶୁଭଶ୍ରୀ ଶତପଥି,ଜ୍ୟୋତିର୍ମୟୀ ପାତ୍ର, ପଲ୍ଲବୀ ଦେଓ, ଜୟଶ୍ରୀ ବେହେରା,ସ୍ନେହାଶିକ୍ତା ସ୍ୱାଇଁ,ସୌଦାମିନି ସାହୁ, ସୁନିତା ପଣ୍ଡା, ଇତିଶ୍ରୀ ଜେନା ପ୍ରମୁଖ ଉପସ୍ଥିତ ରହି ଶହୀଦ ଭଗତ ସିଂ ଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶିକ୍ଷକ ଆକାଶଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories