www.samajalive.in
Sunday, December 14, 2025
23.1 C
Bhubaneswar

ମମତା-ନବୀନ ସାକ୍ଷାତର ପରୋକ୍ଷ ଇସାରା, ଗଣତନ୍ତ୍ର ଓ ଦେଶ ସୁରକ୍ଷା

ଡେସ୍କ: ଆଜି ନବୀନ ନିବାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଲୋଚନାକୁ ନେଇ ଚର୍ଚ୍ଚା ଲାଗି ରହିଛି। ୨୦୨୪ ସାଧାରଣ ନିର୍ବାଚନ ଲାଗି ତୃତୀୟ ମେଣ୍ଟ ଗଠନ ଉଦ୍ଦେଶ୍ୟରେ ମମତା ନବୀନଙ୍କ ସମର୍ଥନ ଲୋଡୁଥିବା ପୂର୍ବରୁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲେ ମଧ୍ୟ ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ରୋକଠୋକ ଗଣମାଧ୍ୟମକୁ କହିଛନ୍ତି ସୁଶ୍ରୀ ବାନାର୍ଜୀ।

ସେ କହିଛନ୍ତି ଯେ ଆଜି ସାକ୍ଷାତ ଆଲୋଚନା କାଳରେ ଦେଶର ସୁରକ୍ଷା ଓ ଗଣତାନ୍ତ୍ରିକ ଅଧିକାର ସମ୍ପର୍କରେ ମତ ବିନିମୟ ହୋଇଛି। ଆମ ଦେଶବାସୀ କିଭଳି ସୁରକ୍ଷିତ ଓ ନିରାପଦ ରହିବେ ସେ ନେଇ ଆଲୋଚନା ହୋଇଛି। ନିର୍ବାଚନକୁ ଆହୁରି ୧ ବର୍ଷ ଥିବା ବେଳେ ସେ ନେଇ ଏବେ ଠାରୁ କାହିଁକି ଆଲୋଚନା କରିବୁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ସେ କହିଥିଲେ ଯେ କିଛି ରାଜନୈତିକ ବିଷୟକୁ ନବୀନ ଜି ସମର୍ଥନ କରନ୍ତି ନାହିଁ ଏବଂ କିଛି ବିଷୟକୁ ସେ ମଧ୍ୟ ସମର୍ଥନ କରନ୍ତି ନାହିଁ।

- Advertisement -

ତେବେ ମମତାଙ୍କ ଦେଶର ସୁରକ୍ଷା ଓ ଗଣତାନ୍ତ୍ରିକ ଅଧିକାର ସମ୍ପର୍କିତ ମତ କେନ୍ଦ୍ରର ବିଜେପି ସରକାରକୁ ଇସାରା କରୁନାହିଁ ତ? ଏବେ ଅଦାନୀ ଗ୍ରୁପ ମାମଲାକୁ ନେଇ ସଂସଦରେ ଦେଖାଦେଇଥିବା ଅଚଳାବସ୍ଥା ଓ ଅନେକ ସମୟରେ ଲୋକମତ ବିରୋଧୀ କାର୍ଯ୍ୟ ପାଇଁ ପ୍ରକାରାନ୍ତରେ ମମତା ଅଣ୍ଟା ଭିଡୁଛନ୍ତି କି ନାହିଁ ତାହା ସମୟ କହିବ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories