ଧାମର। : ଧାମରା ଅଞ୍ଚଳର ସମାଜ ବିତରକ ଶୁଭକାନ୍ତ ଛାତରୁ ଖସି ପଡି ଆହତ ହୋଇଛନ୍ତି । ଗତକାଲି ସେ ନିଜ ଘରୁ ସମାଜ ବିତରଣ କରିବା ଉଦ୍ଦେଶ୍ୟରେ ବାହାରିବା ସମୟରେ ଏହି ଅଘଟଣ ଘଟିଛି । ସକାଳେ ସେ ନିଜ ଘର ଛାତ ଉପରକୁ ଯାଇଥିଲେ। ଘର ଛାତରେ ହୋଇଥିବା ମହୁମାଛି ବସାରୁ ମହୁମାଛି ଦଳ ଶୁଭକାନ୍ତକୁ ମାରିଥିଲେ। ମହୁମାଛିଙ୍କ କବଳରୁ ରକ୍ଷା ପାଇବା ପାଇଁ ସେ ଅନ୍ୟ ଉପାୟ ନପାଇ ନିଜର ୨ତାଲା ଛାତରୁ ତଳକୁ ଡେଇଁ ପଡିଥିଲେ । ତଳେ ପଡିବାରୁ ତାଙ୍କର ବାମହାତଟି ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ମଧ୍ୟ ପ୍ରବଳ ଆଘାତ ଲାଗିଛି । ଘର ଲୋକ ଶୁଭକାନ୍ତକୁ ପ୍ରଥମେ ବାଂଶଡା ଓ ପରେ ଧାମରା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
Popular Categories



