ମୁମ୍ବାଇ: ଆଦିତ୍ୟ ରୟ କପୁର ଓ ମୃଣାଳ ଠାକୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଗୁମରାହ’ର ଟ୍ରେଲର ଗୁରୁବାର ରିଲିଜ୍ ହୋଇଛି। ଏଥିରେ ମୃଣାଳ ଖାକି ପୋଷାକରେ ନଜର ଆସିଛନ୍ତି। ଫିଲ୍ମରେ ସେ ଜଣେ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ଅପରପକ୍ଷେ, ଆଦିତ୍ୟଙ୍କର ଏଥିରେ ଡବଲ୍ ରୋଲ୍ ରହିଛି। ରୋନିତ୍ ରୟ ମଧ୍ୟ ଫିଲ୍ମରେ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲର ରହସ୍ୟରେ ପରିପୂର୍ଣ୍ଣ।
ସୂଚନାଯୋଗ୍ୟ, ଚଳଚ୍ଚିତ୍ର ‘ଗୁମରାହ’ ହେଉଛି ୨୦୧୯ରେ ଆସିଥିବା ତାମିଲ ଚଳଚ୍ଚିତ୍ର ‘ଥଡମ୍’ର ହିନ୍ଦୀ ରିମେକ୍। ଏପ୍ରିଲ ୭ରେ ପରଦାକୁ ଆସିବ ‘ଗୁମରାହ’।



