www.samajalive.in
Sunday, December 7, 2025
23.1 C
Bhubaneswar

ଆଳୁ ବୋଝଇ ଟ୍ରକ ଧକ୍କାରେ ଯୁବକ ମୃତ

କଳାପଥର (ବାଙ୍କୀ ) :ବୈଦେଶ୍ଵର ଥାନା ଅନ୍ତର୍ଗତ କଳାପଥର ପଞ୍ଚାୟତର ପର୍ଶୁରାମପୁର ଗ୍ରାମ ୟୁପି ସ୍କୁଲ ଛକରେ ସଡକ ଦୁର୍ଘଟଣାରେ ଯୁବକ ମୃତ । ଗୁରୁବାର ସକାଳ ୮ଟାରେ ଏକ ଦ୍ରୁତଗାମୀ ଆଳୁ ବୋଝଇ ଟ୍ରକ ଧକ୍କାରେ ଏହି ଯୁବକଙ୍କର ମୃତ୍ୟୁ ହୋଇଛି ।

ଟ୍ରକଟି ବେଙ୍ଗଲରୁରୁ ଆଳୁ ଆଣି ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳକୁ ଯାଉଥିଲା । ବାଘମାରୀ କଳାପଥର -ବୈଦେଶ୍ଵର ଟି ସେତୁ ବଡ଼ମ୍ବା ବ୍ଲକ ଭାପୁର କୁ ଯିବାର ଥିଲା । ଭୁଲ ବଶତଃ କଳାପଥର -ଭାପୁର (ନୟାଗଡ଼ ଜିଲ୍ଲା )ପଳାଇ ଯାଇଥିବାରୁ ସେଠାରୁ ଫେରୁଥିବାବେଳେ କଳାପଥର ପଂଚାୟର ପର୍ଶୁରାମପୁର ଛକରେ ଏକ ଯୁବକ ଉପରେ ଚଢିଯାଇଥିଲା ।

- Advertisement -

ଦ୍ରୁତବେଗରେ ଆସୁଥିବା ଆଳୁ ଗାଡି ମାଡିଯିବାରୁ ଶରୀର ଦୁଇ ଖଣ୍ଡ ହୋଇଯାଇଥିଲା । ସେ ଜଣେ ଚାଷୀ ଏବଂ ତାଙ୍କରି ଦୁଇଟି ଛୋଟ ପୁଅ ଥିବାରୁ କ୍ଷତିପୂରଣ ଦାବୀରେ ସ୍ଥାନୀୟ ବାସିନ୍ଦା ସେଠାରେ ଧାରଣାରେ ବସିଛନ୍ତି ।

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories