www.samajalive.in
Sunday, December 14, 2025
14.1 C
Bhubaneswar

ଆଜି ଏହି ରାଶିର ବ୍ୟକ୍ତିଙ୍କର ବିଜୟ ସହ ସୁଖପ୍ରାପ୍ତି- ଦ୍ୱିଜା ନକ୍ଷତ୍ରଜାତ ବ୍ୟକ୍ତି ନାନା ସୁଖର ଅଧିକାରୀ

ମେଷ- ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ନାନା ସୁଖର ଅଧିକାରୀ ହେବେ। ବିଶାଳ ଯଶ ଅର୍ଜନ କରି ଲୋକପ୍ରିୟ ହୋଇପାରନ୍ତି। ଶତ୍ରୁପକ୍ଷ ଉପରେ ବିଜୟ ହାସଲ କରିବେ। ଅଶ୍ବିନୀ ଓ କୃତ୍ତିକାର ସାମାନ୍ୟ ଲାଭ ଫଳ।

ବୃଷ- ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ବିନୟା ଭାବାପନ୍ନ ହେବେ। ବହୁ ମିତ୍ରାର୍ଜନରେ ତତ୍ପର ହେବେ। ଦ୍ବିଜାନୁରକ୍ତ ହେବେ। ଦୃଢ଼ ପୌରୁଷର ଅଧିକାରୀ ହେବେ। ମୃଗଶିରା ଓ କୃତ୍ତିକାର ସାମାନ୍ୟ ଫଳ।

- Advertisement -

ମିଥୁନ- ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସତ୍‌ପଥଗାମୀ ହେବେ। ପୁତ୍ର ସନ୍ତାନଙ୍କ ଦ୍ବାରା ଉପକୃତ ହେବେ। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଫଳ।

କର୍କଟ :– ପୁଷ୍ୟା ଓ ଅଶ୍ଲେଷା ନକ୍ଷତ୍ରଜାତ ବ୍ୟକ୍ତି ଗୁରୁକୃପା ଲାଭ କରିବେ। ଭ୍ରମଣ ବ୍ୟର୍ଥ ହୋଇପାରେ। ସୁଖ ମିଳିବା କଷ୍ଟପ୍ରଦ ହେବ। ପତ୍ନୀଙ୍କ ବିରାଗଭାଜନ ହୋଇପାରନ୍ତି। ପୁନର୍ବସୁର ମଧ୍ୟ ସମଫଳ।

ସିଂହ- ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ତାମ୍ର, ସୁବର୍ଣ୍ଣ, ପ୍ରବାଳ, ଉତ୍ତମ ପଟ୍ଟବସ୍ତ୍ର, ଉତ୍ତମ ଯାନବାହନ ଓ ରାଜପ୍ରାସାଦ ସୁଖ ଭୋଗ କରିବେ। ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଅଶୁଭ ଫଳ।

କନ୍ୟା- ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ସାହସୀ ହେବେ। ପ୍ରୀତିପୂର୍ଣ୍ଣ ମନୋଭାବର ହେବେ। ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି ଶୁଭଫଳ ପାଇବାରୁ ବଞ୍ଚିତ ହେବେ।

ତୁଳା- ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ପୁତ୍ର ସୁଖ ମିଳିବ। ବଳବାନ୍‌ ହେବେ। ଶାସ୍ତ୍ରାନୁମୋଦିତ ନୀତି ନିୟମରେ ଚଳିବେ। ଚିତ୍ରା ଓ ବିଶାଖା ନକ୍ଷତ୍ରଜାତ ବ୍ୟକ୍ତି ବଳହୀନ ହୋଇପାରନ୍ତି। ନୀତିନିୟମ ମାନିବେନି।

ବିଚ୍ଛା- ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ନିଜ ଦେଶର ଉନ୍ନତି ପାଇଁ ବଦ୍ଧ ପରିକର ହେବେ। ନୀରୋଗ ରହିବେ। ପୌରୁଷ ପଣିଆରେ ଅଗ୍ରଗାମୀ ହେବେ। ବିଶାଖା ନକ୍ଷତ୍ରଜାତ ବ୍ୟକ୍ତି ରୋଗାଭିଭୂତ ହେବେ।

ଧନୁ- ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ନିରୀହ ସ୍ବଭାବସମ୍ପନ୍ନ ହେବେ। ପ୍ରମାଦହୀନ ହୋଇପାରନ୍ତି। ସାଧୁଙ୍କ ସେବାରେ ନିଜକୁ ନିୟୋଜିତ କରିବେ। ଧନୁ ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ।

ମକର- ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ବିବାଦୀୟ ଘଟଣାର ସମାଧାନ କରିବାରେ ସଫଳ ହେବେ। ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ସାମିଲ ହେବେ। ବନ୍ଧୁତାକୁ ଦୃଢ଼ କରିବେ। ଉତ୍ତରାଷାଢ଼ା, ଧନିଷ୍ଠାର ସାମାନ୍ୟ ଶୁଭ।

କୁମ୍ଭ- ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ଜ୍ଞାନୀ ଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ସ୍ବଅର୍ଜିତ ଧନ ଭୋଗ କରିବେ। ଉପୁଜିଥିବା ବିବାଦର ସମାଧାନ କରିବେ। ଧନିଷ୍ଠା, ପୂର୍ବଭାଦ୍ରର ସାମାନ୍ୟ ଶୁଭ।

ମୀନ-ରେବତୀ ଓ ଉତ୍ତରାଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ମହାନ୍‌ ପୌରୁଷର ଅଧିକାରୀ ହେବେ। ସୁପୁତ୍ର ପାଇଁ ଗର୍ବିତ ହେବେ। ପୂର୍ବଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି କୁକାର୍ଯ୍ୟ କରିପାରନ୍ତି।

Hot this week

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

Related Articles

Popular Categories