www.samajalive.in
Wednesday, December 10, 2025
23.1 C
Bhubaneswar

ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୧୦ ୱିକେଟରେ ବିଜୟୀ, ମିଚେଲ୍ ମାର୍ସ ଓ ଟ୍ରାଭିସ୍ ହେଡଙ୍କ ଅର୍ଦ୍ଧ ଶତକ

ବିଶାଖାପାଟନମ: ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୧୦ ୱିକେଟରେ ବିଜୟୀ ହୋଇଛି। ଦ୍ବିତୀୟ ଦିନିକିଆରେ ମାତ୍ର ୧୧ ଓଭରରେ ମ୍ୟାଚକୁ ହାତେଇ ନେବାରେ ଅଷ୍ଟ୍ରେଲିଆ ସଫଳ ହୋଇଥିଲା। ଅଷ୍ଟ୍ରେଲିଆ ଓପନରଙ୍କ ଛକା ଓ ଚୌକା ବର୍ଷାରେ ଭାରତୀୟ ବୋଲର ଆତ୍ମସମର୍ପଣ କରିଥିଲେ। ଆଜିର ଦ୍ବିତୀୟ ଦିନିକିଆରେ ୨୬ ଓଭରରେ ସମସ୍ତ ୱିକେଟ ହରାଇ ଭାରତ ୧୧୭ ରନ କରିଥିଲା। ଅପରପକ୍ଷରେ ଅଷ୍ଟ୍ରେଲିଆ ଅତି ସହଜରେ ମାତ୍ର ୧୧ ଓଭରରେ କୌଣସି ୱିକେଟ ନ ହରାଇ ୧୨୧ ରନ କରିବା ସହ ବିଜୟୀ ହୋଇଥିଲା।

ଅଷ୍ଟ୍ରେଲିଆର ଦୁଇ ଓଭନର ମିଚେଲ୍ ମାର୍ସ ଓ ଟ୍ରାଭିସ୍ ହେଡ ପଡ଼ିଆକୁ ଆସି ଛକା ଓ ଚୌକା ବର୍ଷା କରିଥିଲେ। ଉଭୟ ବ୍ୟାଟ୍ସମ୍ୟାନ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଟ୍ରାଭିସ ହେଡ ୩୦ଟି ବଲ୍‌ ଖେଳି ୧୦ଟି‌ ଚୌକା ସହାୟତାରେ ୫୧ ରନ୍‌ ଓ ମିଚେଲ ମାର୍ସ ୩୬ଟି ବଲ୍‌ ଖେଳି ୬ଟି ଚୌକା ଏବଂ ସମାନ ପରିମାଣର ଛକା ମାରି ୬୬ ରନ୍ ସଂଗ୍ରହ କରିଥିଲେ।

- Advertisement -

ଆଜି ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ବିଜୟୀ ହେବା ପରେ ଦିନିକିଆ ଶୃଙ୍ଖଳା ୧-୧ ସମାନ ସ୍ତରକୁ ପହଞ୍ଚିଛି। ଆସନ୍ତା ୨୨ ତାରିଖରେ ନିର୍ଣ୍ଣାୟକ ମୁକାବିଲା ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯିବ। ସୂଚନାଯୋଗ୍ୟ, ଗତ ୧୭ ତାରିଖ ଦିନ ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୫ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories