www.samajalive.in
Sunday, December 14, 2025
23.1 C
Bhubaneswar

ଷଣ୍ଢକୁ ପୋଡ଼ି ଦେଲେ ଯୁବକ, ଥାନାରେ ଏତାଲା

ଚୌଦ୍ୱାର :ଚୌଦ୍ୱାର ପୌର ପାଳିକା ୧୪ନମ୍ବର ୱାର୍ଡ଼ ମଣ୍ଡାପଡ଼ା ଗ୍ରାମର ଜଣେ ଯୁବକ ଏକ ଷଣ୍ଢ ଦେହରେ କୌଣସି ରାସାୟନିକ ପଦାର୍ଥ ପକାଇ ପୋଡ଼ି ଦେଇଥିବା ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଛି । ଶିବଶକ୍ତି ଗୋସେବା ସଂଗଠନ ତରଫରୁ ଥାନାରେ ଦାଖଲ କରା ଯାଇଥିବା ଏତାଲାରୁ ପ୍ରକାଶଯେ ଦୀର୍ଘଦିନ ହେଲା ଉକ୍ତ ଗ୍ରାମରେ ଷଣ୍ଢଟି ରହୁଥିବାବେଳେ ଗତ ଶୁକ୍ରବାର ଦିନ କୌଣସି କାରଣରୁ ମଣ୍ଡାପଡ଼ାର ସାଜନ ଦାସ (୩୦) ନାମକ ଯୁବକ ଷଣ୍ଢ ଉପରକୁ କୌଣସି ରାସାୟନିିକ ଦ୍ରବ୍ୟ ଫୋପାଡ଼ି ଦେଇଥିଲେ ।ଫଳରେ ଯନ୍ତ୍ରଣାରେ ଛଟପଟ ହୋଇ ଷଣ୍ଢଟି କେଉଁଆଡ଼େ ପଳାଇ ଯାଇଥିଲା ।

ବୁଧବାର ଦିନ ଷଣ୍ଢଟି ଗ୍ରାମକୁ ଫେରିଥିବା ଓ ତାର ଶରୀରରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା ।ସଂଗଠନର କର୍ମକର୍ତ୍ତା ମାନେ ଷଣ୍ଢଟିକୁ ଉଦ୍ଧାର କରି ଚୌଦ୍ୱାରସ୍ଥିତ ନନ୍ଦୀ ଆଶ୍ରମରେ ଛାଡ଼ି ତାର ଚିକିତ୍ସା ବ୍ୟବସ୍ଥା କରାଇଥିବା ଜଣା ପଡ଼ିଛି । ନିରୀହ ପଶୁଟିକୁ ଏଭଳି ଯନ୍ତ୍ରଣା ଦେଇଥିବା ବ୍ୟକ୍ତ୍‌ି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନ ତରଫରୁ ଏତାଲାରେ ଦାବି କରାଯାଇଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories