www.samajalive.in
Sunday, December 14, 2025
19.1 C
Bhubaneswar

ମାଙ୍କଡ଼ ଧରିବାକୁ ବନବିଭାଗର ପ୍ରୟାସ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ମାଙ୍କଡ଼ଙ୍କ ଉପଦ୍ରବ ଯୋଗୁଁ ଲୋକେ ବିରକ୍ତ ଓ ଅତିଷ୍ଠ ହୋଇ ବନବିଭାଗକୁ ଗୁହାରି କରିଥିଲେ । ଏହାକୁ ନେଇ ବନ ବିଭାଗ ପକ୍ଷରୁ ଏକ ଟ୍ରାକ୍ଟର ଡାଲାରେ ଜାଲି ବାନ୍ଧି ଯନ୍ତା ତିଆରି କରି ସେହି ଭିତରେ ଖାଇବା ସାମଗ୍ରୀ ରଖାଯାଇଥିଲା । ଯାହା ଫଳରେ ଆଜି କିଛି ମାଙ୍କଡ଼ ଉକ୍ତ ଜାଲରେ ଫସିଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ନେଇ କଳାହାଣ୍ଡି ଜିଲ୍ଲା ବିଜେପୁର ପଞ୍ଚାୟତ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଆସିଥିବା ଜଣାପଡିଛି । ଗ୍ରାମରେ ପୂର୍ବରୁ କମ୍ ସଂଖ୍ୟକ ମାଙ୍କଡ଼ ରହିଥିଲେ, ଯାହା ବର୍ତ୍ତମାନ ଚାରି ଗୁଣ ବଢି ଯାଇଛି । ମାଙ୍କଡ଼ ଆକ୍ରମଣରେ ବହୁ ଲୋକ ଶିକାର ହୋଇଛନ୍ତି। ମାଙ୍କଡ଼ମାନେ ଖାଇବାକୁ ନ ପାଇ ଘରମାନଙ୍କରେ ପଶି ରୋଷେଇ ହୋଇଥିବା ଖାଦ୍ୟ ଖାଇ ଫିଙ୍ଗି ଦେଉଛନ୍ତି। ଅନ୍ୟ ଜିନିଷ ଖାଇବା ସହ ଡବା ସହିତ ନେଇ ଚାଲି ଯାଉଛନ୍ତି। ଯାହା ଫଳରେ ଲୋକମାନେ ଘରେ ତାଟି କବାଟ ବନ୍ଦ କରି ରହୁଛନ୍ତି। ଏହାକୁ ନେଇ ବନଖଣ୍ଡ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଭାବେ ଜଣାଇଥିଲେ ଲୋକେ। କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିଲା । ବନବିଭାଗର ଏପରି ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରୁଛନ୍ତି। ଏହା କିଛି ଦିନ ଧରି ଚାଲିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories