www.samajalive.in
Friday, December 12, 2025
16.1 C
Bhubaneswar

ମଧ୍ୟକ୍ରମ ମୁଣ୍ଡବିନ୍ଧା ଦୂର କରି ପାରିଛନ୍ତି ରାୟୁଡୁ?

ପୁଣେ : ସୋମବାର ଖେଳା ଯାଇଥିବା ୪ର୍ଥ ଦିନିକିଆରେ ଭାରତୀୟ ଇନିଂସରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ରୋହିତ ଶର୍ମା। ଅମ୍ବତି ରାୟୁଡୁ ଶତକ ହାସଲ କରିଥିଲେ ହେଁ ରୋହିତ ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାୟ ୨ ବର୍ଷ ପରେ ଭାରତୀୟ ବ୍ୟାଟିଂ ଅର୍ଡର ପ୍ରଥମ ୩ ଜଣଙ୍କୁ ଛାଡ଼ି କେହି ଜଣେ ଦିନିକିଆ ଶତକ ଅର୍ଜନ କରିଛନ୍ତି। ୨୦୧୭ ଜାନୁୟାରୀ ପରେ ରାୟୁଡୁ ଏପରି କରିବାରେ ପ୍ରଥମ ଭାରତୀୟ ହୋଇ ପାରିଛନ୍ତି।
ବିସିସିଆଇଠାରୁ କ୍ଷମାପାଇ କ୍ରିକେଟ୍‍କୁ ଫେରିବା ପରେ ରାୟୁଡୁ ସମସ୍ତ ପ୍ରକାର କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଇପିଏଲରେ ମୁମ୍ବଇ ଇଣ୍ଡିଆନ୍‍ସ ପାଇଁ ପ୍ରମୁଖ ବ୍ୟାଟ୍‍ସମ୍ୟାନ୍‍ର ଭୂମିକା ନିର୍ବାହ କରିବା ପରେ ଭାରତ ପାଇଁ ଖେଳିବାର ସୁଯୋଗର ସଦ୍‍ବ୍ୟବହାର କରି ପାରିଛନ୍ତି। ଗତ ଏସିଆ କପରେ ଭଲ ପ୍ରଦର୍ଶନ କରିବା ପରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ସିରିଜ୍‍ ଆରମ୍ଭରୁ ଅଧିନାୟକ ବିରାଟ କୋହଲି ଘୋଷଣା କରିଥିଲେ ଯେ ଅମ୍ବତି ରାୟୁଡୁ ହିଁ ଦଳର ନିୟମିତ ୪ନଂ ବ୍ୟାଟ୍‍ସମ୍ୟାନ୍‍। ପୁଣେ ଦିନିକିଆରେ ସେ ଶତକ ହାସଲକରି ତାଙ୍କ ପାରିଲାପଣିଆ ଦେଖାଇ ପାରିଛନ୍ତି। ଏହି ଇନିଂସ ଖେଳି ରାୟୁଡୁ ଭାରତୀୟ ବ୍ୟାଟିଂ ଲାଇନ୍‍ରେ ୪ନଂ ସ୍ଥାନର ସମସ୍ୟା କିଛିମାତ୍ରାରେ ଦୂର କରି ପାରିଛନ୍ତି। ଏଥିପାଇଁ ବିରାଟ କୋହଲିଙ୍କୁ ଶ୍ରେୟ ଦିଆ ଯାଇପାରେ। କାରଣ ସିରିଜ୍‍ ଆରମ୍ଭରୁ ରାୟୁଡୁଙ୍କୁ ସେ ଆତ୍ମବିଶ୍ୱାସ ଦେଇଥିଲେ। ଅଦ୍ୟାବଧି ୪ଟି ଦିନିକିଆ ମ୍ୟାଚ୍‍ରୁ ରାୟୁଡୁ ଅପରାଜିତ ୨୨, ୭୩, ୨୨ ଓ ୧୦୦ ରନ୍‍ କରି ପାରିଛନ୍ତି। ପୁଣେ ଦିନିକିଆରୁ ରାୟୁଡୁ ଭାରତୀୟ ବ୍ୟାଟିଂ ଲାଇନ୍‍ରେ ତାଙ୍କ ଭୂମିକାକୁ ନେଇ ସ୍ପଷ୍ଟ ସୂଚନା ପାଇ ପାରିଛନ୍ତି। ଯଦି ଜଲ୍‍ଦି ୱିକେଟ ପଡ଼ିଥାଏ; ତାଙ୍କୁ ରହିକରି ଖେଳିବାକୁ ହେବ। ଦଳ ଭଲ ସ୍ଥିତିରେ ଥିବା ବେଳେ ତାଙ୍କୁ ସଟ୍‍ ଖେଳିବାକୁ ପଡ଼ିବ। ଆଇପିଏଲ୍‍ ଏବଂ ଚଳିତ ଦିନିକିଆ ସିରିଜ୍‍ରେ ରାୟୁଡୁ ଦେଖାଇ ପାରିଛନ୍ତି ଯେ ନିୟମିତ ବାଉଣ୍ଡରୀ ମାରିବାରେ ସେ ସିଦ୍ଧହସ୍ତ। ପୁଣେରେ ରାୟୁଡୁ ପ୍ରଥମ ୩୨ଟି ବଲ୍‍ରୁ ୨୩ ରନ୍‍ କରିଥିବା ବେଳେ ପରବର୍ତ୍ତୀ ୪୯ ବଲ୍‍ରୁ ୭୭ ରନ୍‍ କରି ପାରିଥିଲେ। ଏହା ସତ ଯେ ୩୩ ବର୍ଷ ବୟସ୍କ ଅମ୍ବତି ରାୟୁଡୁ ଭାରତ ପାଇଁ ଦୀର୍ଘ ବର୍ଷ ପାଇଁ ଖେଳିବା ସମ୍ଭବ ନୁହେଁ। ତେବେ ୨୦୧୯ ବିଶ୍ୱକପ୍‍ରେ ରାୟୁଡୁ ଭାରତୀୟ ଦଳର ନିୟମିତ ୪ନଂ ବ୍ୟାଟ୍‍ସମ୍ୟାନ ହୋଇପାରିବେ। ଦଳ ମ୍ୟାନେଜମେଣ୍ଟର ସମର୍ଥନ ତାଙ୍କ ପ୍ରତି ରହିଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories