www.samajalive.in
Sunday, December 14, 2025
15.1 C
Bhubaneswar

କେବଳ ଆମ୍ବ ନୁହେଁ, ଏହାର ଚୋପା ମଧ୍ୟ ବେଶ୍‌ ଲାଭଦାୟକ

ପରିବା କିମ୍ବା ଫଳ କାଟିବା ପୂର୍ବରୁ ପ୍ରଥମେ ଆମେ ତା’ର ଚୋପା ଛଡ଼ାଇ ଥାଉ। ଚୋପାକୁ ଅଦରକାରୀ ଭାବି ଲୋକେ ଫିଙ୍ଗି ଦେଇଥା’ନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫଳ ଓ ପରିବା ଚୋପାରେ ମଧ୍ୟ ପୋଷକ ତତ୍ତ୍ବ ଥାଏ, ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଆଜି ଆମେ କହିବୁ ଆମ୍ବ ଚୋପାର ଉପକାରୀତା ବିଷୟରେ। ଫଳରେ ଆଗକୁ ଏହାକୁ ଫୋପାଡ଼ିବା ପରିବର୍ତ୍ତେ ଆପଣ ବ୍ୟବହାର କରିପାରିବେ ଏବଂ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇପାରିବେ।

ଆମ୍ବ ଚୋପାର ଉପକାରୀତା:

- Advertisement -

– ଆମ୍ବ ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ଓ ଫାଇଟୋନ୍ୟୁଟ୍ରିଏଣ୍ଟ୍‌ସ ଥାଏ, ଯାହା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ହୃତ୍‌ପିଣ୍ଡ ପାଇଁ ଏହା ବହୁତ ଲାଭଦାୟକ।

– ଆମ୍ବ ଚୋପା ଦ୍ବାରା ହୃଦଘାତ ଆଶଙ୍କା ହ୍ରାସ ପାଇଥାଏ। ତେଣୁ ଏହାକୁ ଫିଙ୍ଗିବା ପରିବର୍ତ୍ତେ ଖାଇବା ଉଚିତ। ହୃଦୟ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଏହାକୁ ଖାଇବା ଆଗରୁ ନିଜ ଡାକ୍ତରଙ୍କ ସହ ଥରୁଟିଏ ପରାମର୍ଶ କରିବା ଉଚିତ।

– ଆମ୍ବ ଚୋପାକୁ ମୁହଁରେ ଘସିବା ଦ୍ବାରା ଟ୍ୟାନିଂ ବା ଖରା ଯୋଗୁଁ କଳାପଣ ସମସ୍ୟା ଦୂର ହୋଇଥାଏ ଓ ଚେହେରାରେ ଚମକ୍‌ ଆସିଥାଏ। ଆମ୍ବ ଚୋପା ପେଟ ପାଇଁ ମଧ୍ୟ ଭଲ ହୋଇଥାଏ।

– ଆମ୍ବ ଚୋପାରେ ଫାଇବର ଥାଏ, ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ୍‌ ଏ, ସି ସହ ଆଣ୍ଟିଅକ୍ସିଡାଣ୍ଟର ଗୁଣ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।

– ଆପଣ ଆମ୍ବ ଚୋପାରୁ ଖତ ମଧ୍ୟ ତିଆରି କରିପାରିବେ। ଏଥିରେ ଥିବା ଭିଟାମିନ୍ ସି, ଇ, ପଲିଫେନୋଲ୍, କାରୋଟିନଏଡ୍ ଏବଂ ଫାଇବର ଉଦ୍ଭିଦ ପାଇଁ ବହୁତ ଭଲ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories